Advertisment

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି।

ଅଦ୍ୟତନ ହୋଇଛି
Rukuna- Rath- Yatra

Rukuna- Rath-yatra

Advertisment

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ନିତି ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲିଛି। ମଙ୍ଗଳଆଳ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ଦିନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। ଏହା ପରେ ଠିକ୍ ଦିନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ 
ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି।

Advertisment

ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ 
ନିୟୋଜିତ ହୋଇଛନ୍ତି। 

 ଅନ୍ୟପକ୍ଷରେ ନିଲାମ ହୋଇଛି ମରିଚି କୁଣ୍ଡ ଜଳ। ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉ ନ ଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି। ସେଥିପାଇଁ ଗତକାଲି ରାତି ୧୧ଟା ସମୟରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଭିଡ଼ ଲାଗିଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଇଥାଏ। ଏହା ପରେ ମରିଚିକୁଣ୍ଡ ଜଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ। 

Advertisment
Bhubaneswar Rukuna Rathayatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe