ବିଜେପି ସାଂସଦଙ୍କୁ ଅଟକ ପ୍ରସଙ୍ଗ: ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

ସାଂସଦମାନଙ୍କୁ ପୁଲିସ ଅଟକ ରଖି ସେମାନଙ୍କର ବିଶେଷ ଅଧିକାରକୁ ଭଙ୍ଗ କରିଛି ।

BJP

‍କେନ୍ଦ୍ର ମନ୍ତ୍ରୀ ଓ ବିଜେପି ସାଂସଦଙ୍କୁ ପୁଲିସ ଅଟକାଇବାର ଫାଇଲ ଫଟୋ

Ordigital Desk
  • Published: Friday, 05 May 2023
  • Updated: 05 May 2023, 08:52 PM IST

ବିଜେପିର ୩ଜଣ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଝାରସୁଗୁଡ଼ା-ସମ୍ବଲପୁର ସୀମାବର୍ତ୍ତୀ ଠେଲକୋଇଲି ଥାନାରେ ଅଟକ ରଖାଯିବା ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ଗୃହବନ୍ଦୀ କରାଯିବା ଘଟଣାରେ ସମ୍ବଲପୁର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଛି । ସାଂସଦମାନଙ୍କୁ ପୁଲିସ ଅଟକ ରଖି ସେମାନଙ୍କର ବିଶେଷ ଅଧିକାରକୁ ଭଙ୍ଗ କରିଛି । ଏନେଇ ଲୋକସଭା ବାଚସ୍ପତିଙ୍କ ନିକଟରେ ବିଜେପି ସାଂସଦମାନଙ୍କ ଅଭିଯୋଗ କରିବା ପରେ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି ।

ଏନେଇ ଆଜି ସୂଚନା ଦେଇ ବିଜେପି ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଜୁଏଲ ଓରାମ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁରରେ ଏପ୍ରିଲ ୧୨ ଓ ୧୪ତାରିଖରେ ହୋଇଥିବା ହିଂସାକାଣ୍ଡ, ରାଷ୍ଟ୍ରବିରୋଧୀ ସ୍ଲୋଗାନ ଓ ଆଦିବାସୀ ଯୁବକକୁ ହତ୍ୟା ଘଟଣାରେ ସମ୍ବଲପୁର ସହରରେ ଇଂଟରନେଟ୍ ସେବା ସ୍ଥଗିତ ରଖାଯିବା ସହ କର୍ଫ୍ୟୁ ଜାରି ହୋଇଥିଲା । ହିଂସାକାଣ୍ଡରେ ଗୁରୁତର ଆହତମାନଙ୍କୁ  ହସ୍ପିଟାଲରେ ଭେଟିବା ସହ ମୃତ ଯୁବକଙ୍କ ପରିବାରକୁ ସାକ୍ଷାତ କରି ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ଆରଡିସିଙ୍କ ସହ ଆଲୋଚନା କରିବା ନିମନ୍ତେ ଏପ୍ରିଲ ୧୮ତାରିଖରେ ବିଜେପି ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ ପାଇଁ ନିଷ୍ପତ୍ତି ନେଇଥିଲା । ଜିଲ୍ଲା ପ୍ରଶାସନ ଏହି ଅନୁମତିକୁ ହଠାତ୍ ବାତିଲ କରିବା ସହ ବିନା କୌଣସି ନିର୍ଦ୍ଦେଶନାମାରେ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ସକାଳ ୬ଟାରୁ ୫ଘଣ୍ଟା ଧରି ଗୃହବନ୍ଦୀ କରି ରଖିଥିଲା ।

Also Read

ସେହିପରି ପ୍ରତିନିଧି ଦଳରେ ସାମିଲ ହୋଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡାଙ୍କୁ ମଧ୍ୟ ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାନ୍ତବର୍ତୀ ଠେଲକୋଇଲି ଥାନାଠାରେ ଅଟକ ରଖାଯାଇଥିଲା । କର୍ଫ୍ୟୁ କୋହଳ ସମୟରେ ସମ୍ବଲପୁରରେ ପ୍ରବେଶ କରାଇ ନଦେବା ଏବଂ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୁଲିସ ପ୍ରଶାସନଙ୍କଠାରୁ କୈାଣସି ଉତର ମିଳିନଥିଲା କି ଜିଲ୍ଲାପାଳ କିମ୍ବା କୈାଣସି ଅଧିକାରୀଙ୍କ ଲିଖିତ ଆଦେଶ ଦେଖିବାକୁ ମିଳିନଥିଲା । ବିନା କୌଣସି ଅପରାଧ ଓ ନିର୍ଦ୍ଦେଶରେ ନିର୍ବାଚିତ ସାଂସଦମାନଙ୍କୁ ଥାନାରେ ଅଟକ ରଖି ବିଶେଷ ଅଧିକାରକୁ ଜିଲ୍ଲା ପ୍ରଶାସନ ଉଲ୍ଲଘଂନ କରିଛି ବୋଲି ଏହି ସାଂସଦମାନେ ଅଭିଯୋଗ ଆଣି ଏପ୍ରିଲ ୨୫ ଓ ୨୭ତାରିଖରେ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଜିଲ୍ଲା ଏସପି ବି.ଗଙ୍ଗାଧର ଏବଂ ଅନ୍ୟ ଜିଲ୍ଲା ଅଧିକାରୀମାନଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇବା ପରେ ସଂସଦର ସ୍ୱାଧିକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି । ବିଜେପିର ସାଂସଦମାନଙ୍କୁ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ଦେବାକୁ କୁହାଯାଇଛି । ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଏବେ ସମ୍ବଲପୁର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ଅଡ଼ୁଆ ବଢ଼ାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story