Advertisment

ସମ୍ବଲପୁର ହିଂସା: ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ସମ୍ବଲପୁରରେ ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବିଜେପି ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ।

author-image
Ordigital Desk
BJP delegation meets Odisha Governor

BJP delegation meets Odisha Governor

ସମ୍ବଲପୁରରେ ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବିଜେପି ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଏବେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ରାଷ୍ଟ୍ରବିରୋଧୀ ସ୍ଲୋଗାନ ପଡୁଛି । ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଗତ ୧୨ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରକୁ କିଛି ମୁସଲିମ୍ ଯୁବକ ପଥର ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରିଲେ, ଲାଠିରେ ବାଡ଼େଇଲେ, ଗାଡ଼ି ପୋଡ଼ିଲେ । ଯାହା ସମ୍ବଲପୁରବାସୀଙ୍କ ପ୍ରତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ଶାନ୍ତିପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ଶ୍ରୀ ସାମିଲ ଦାବି କରିଛନ୍ତି ।

ଏହି ହିଂସା ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଚଳିତଥର ହନୁମାନ ଜୟନ୍ତୀରେ ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଥାନା ଆଇଆଇସି ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଜିଲ୍ଲା ପୁଲିସ ଏସପି ଏହାକୁ ସ୍ୱୀକାର କରିଛନ୍ତି । ଶୋଭାଯାତ୍ରାର ଭିଡିଓ ପୁଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା । କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିବା ସହ ସମ୍ବଲପୁର ଏବେ ସାମ୍ପ୍ରଦାୟିକ ଅପରାଧୀଙ୍କ ଚରାଭୂମି ପାଲଟିଛି କିନ୍ତୁ ସରକାର ଏଥିପ୍ରତି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

Advertisment

ପୁଲିସ ନିସହାୟ ହୋଇ ବୁଲୁଛି, ପାଖରେ ବନ୍ଧୁକ,ଗୁଳି, ଲାଠି ନାହିଁ । ହନୁମାନୀ ଜୟନ୍ତୀରେ ହିଂସା ଆଶଙ୍କା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ୫ତାରିଖରୁ ନିର୍ଦ୍ଦେଶନାମା ଜାରି ହେଲାଣି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ସମ୍ବଲପୁରରେ ଗତ ୧୨ତାରିଖରେ ଏସପି ନରହିବା ଦୁର୍ଭାଗ୍ୟଜନକ । ଗଣ୍ଡଗୋଳରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ନିରୀହ ଲୋକଙ୍କୁ ଜେଲ୍ ହାଜତରେ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ମୋହନ ମାଝୀ,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓଙ୍କ ସମେତ ସମୀର ମହାନ୍ତି,ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ ଓ ମନୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

ସେପଟେ ସମ୍ବଲପୁରରେ ପୁଣି କର୍ଫ୍ୟୁ କୋହଳ ଅବଧି ବଢ଼ିଛି। କାଲିଠୁ ସକାଳ ୫ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ। କର୍ଫ୍ୟୁ କୋହଳ ଅବଧି ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନର ସୂଚନା ଦିଆଯାଇଛି।

Bjp Protest Sambalpur Violence