Advertisment

ସମ୍ବଲପୁର ହିଂସା ଘଟଣା: ଚିଠି ଲେଖି ଦିନକ ପୂର୍ବରୁ ଏସ୍‌ପି ଓ ଗୃହ ବିଭାଗକୁ ସତର୍କ କରିଥିଲା ଗୁଇନ୍ଦା ବିଭାଗ

ଚିଠିରୁ ସ୍ପଷ୍ଟ ହେଉଛି, ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ।

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ନେଇ ଗୁଇନ୍ଦା ରିପୋର୍ଟକୁ ଅଣଦେଖା କଲା କି ପୁଲିସ ? କାରଣ ସମ୍ଭାବ୍ୟ ହିଂସାକୁ ଦେଖି ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ବଲପୁର ଏସପିଙ୍କ ସମେତ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଚିଠିରୁ ସ୍ପଷ୍ଟ ହେଉଛି, ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ। ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସପି।

Advertisment

୧୨ ତାରିଖରେ ଥିବା ରାଲି ନେଇ ୧୧ ତାରିଖରେ ଚିଠି କରିଥିଲେ। ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ।  ହନୁମାନ ଜୟନ୍ତୀ ଶୋଭାଯାତ୍ରାର ତମାମ ରୁଟ୍ ଚାର୍ଟ ସହ ଶୋଭାଯାତ୍ରାକାରୀମାନେ ସ୍ଲୋଗାନବାଜି କରି ଯିବା ବେଳେ ରୁଟରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଅଧିକ ଲୋକ ବାସ କରୁଥିବା ଜଣାଇଥିଲେ। ଶୋଭାଯାତ୍ରା ସ୍ଲୋଗାନବାଜି ବେଳେ ହିଂସା ଘଟିପାରେ ବୋଲି ସତର୍କ କରିଥିଲେ।

ଏସପିଙ୍କୁ ଦେଇଥିବା ଚିଠିର କପି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ବି ଦେଇଥିଲେ ଗୁଇନ୍ଦା ଏସପି। ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଂଜ ଆଇଜିଙ୍କୁ ବି କପି ଦେଇଥିଲେ। ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଂଜ ଆଇଜିଙ୍କୁ ବି କପି ଦେଇଥିଲେ ବୋଲି ଚିଠିରୁ ହିଁ ସ୍ପଷ୍ଟ ଜଣାପଡୁଛି।

Advertisment

ସୂଚନା ଥାଉକି, ଗତ ୧୨ ତାରିଖ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଏହା ପରବର୍ତ୍ତି ସମୟରେ ଘଟିଥିବା ହିଂସାକାଣ୍ଡ ଯୋଗୁ ସମ୍ବଲପୁରର ସହରର ମୋଟ ୬ଟି ଥାନାରେ କର୍ଫ୍ୟୁ ଲାଗିଥିଲା। ଏପର୍ଯ୍ୟନ୍ତ ୧୨ ତାରିଖ ହନୁମାନ ଜୟନ୍ତୀର ବାଇକ୍ ଶୋଭାଯାତ୍ରା ହିଂସାକାଣ୍ଡ ଘଟଣାରେ ୪୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଦିନ ହିଂସାକାଣ୍ଡ ଘଟଣାରେ ୫୬ ଜଣଙ୍କୁ ଗିରଫ କରାଯାଇଛି

Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe