ଆଇଆଣ୍ଡପିଆର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ସରୋଜ ସାମଲ

ରାଜ୍ୟ ସୂଚନା ଓ ଲୋକସମ୍ପର୍କ(ଆଇଆଣ୍ଡପିଆର) ନିର୍ଦ୍ଦେଶକ ଭାବେ ଆଇଏଏସ୍ ସରୋଜ କୁମାର ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଲୋକସେବା ଭବନ

  • Published: Tuesday, 18 April 2023
  • , Updated: 18 April 2023, 10:57 PM IST

ରାଜ୍ୟ ସୂଚନା ଓ ଲୋକସମ୍ପର୍କ(ଆଇଆଣ୍ଡପିଆର) ନିର୍ଦ୍ଦେଶକ ଭାବେ ଆଇଏଏସ୍ ସରୋଜ କୁମାର ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳେ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବା ପରେ ଅପରାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଆଇଆଣ୍ଡପିଆର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ତ୍ରିପାଠୀଙ୍କ ସ୍ଥାନରେ ଶ୍ରୀ ସାମଲଙ୍କୁ ସରକାର ଆଇଆଣ୍ଡପିଆର ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ତ୍ରିପାଠୀଙ୍କଠୁ ଶ୍ରୀ ସାମଲ ଦାୟିତ୍ୱ ଗ୍ରହଣ କରିଥିଲେ ।

ଶ୍ରୀ ସାମଲ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଯେ, ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ । ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଟିମ୍ ୱାର୍କରେ ସେ ବିଶ୍ୱାସ କରନ୍ତି ବୋଲି କହିବା ସହ ‘୫-ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ଶ୍ରୀ ସାମଲ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହା ପୂର୍ବରୁ ଶ୍ରୀ ସାମଲ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ଓ ନିକଟରେ ତାଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଥିଲା । ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲେ ।

Related story