/odisha-reporter/media/post_attachments/uploadimage/library/16_9/16_9_0/IMAGE_1679415900.jpg)
Supreme Court
ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଉଚ୍ଛେଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ୨୦୧୯ ମସିହା ଅଗଷ୍ଟ ୨ତାରିଖରେ ସ୍ୟାଟ୍ ଉଚ୍ଛେଦ କରିଥିଲେ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ରାୟରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ ବୋଲି ଦର୍ଶାଇବା ସହ ସମ୍ବଧାନର ଧାରା ୩୨୩(କ) ଭାରତ ସରକାରଙ୍କୁ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତି ନେବାରେ ବାଧକ ସାଜୁନି । ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତି ମଧ୍ୟ ସମ୍ବିଧାନର ଧାରା ୧୪କୁ ଉଲ୍ଲଘଂନ କରୁନି ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି ।
୨୦୧୫ ମସିହାରେ ସ୍ୟାଟ୍ ଉଚ୍ଛେଦ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପରେ ୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ଜାରି ସ୍ୟାଟ୍ ଉଚ୍ଛେଦ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୟାଟ୍ ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ କ୍ଷମତା ଥିବା କଥା ହାଇକୋର୍ଟ କହିବା ସହ ଏହି ନିଷ୍ପତ୍ତିକୁ ବୈଧ ରଖିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ପୁଣିଥରେ ସ୍ୟାଟ୍ ବାର ଆସୋସିଏସନ୍ ଚ୍ୟାଲେଞ୍ଜ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
