Advertisment

ଆଜିଠୁ ଖୋଲିଲା ସ୍କୁଲ,ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ।

author-image
Tapaswini Nayak
ଅଦ୍ୟତନ ହୋଇଛି
School

School

ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କର ସକାଳୁଆ ହେବା ନେଇ ଏଥିପାଇଁ ଆଜି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଏହାସହ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ ତାରିଖ ଯାଏଁ ହୋଇଥିଲା ଛୁଟି ଘୋଷଣା। ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ। ଆଜି ଓ ଆସନ୍ତାକାଲି ମଧ୍ୟ ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ।

ଅନ୍ୟପଟେ ଆଜିଠୁ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ହେବ ପାଠପଢ଼ା। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବ। ସ୍ଥଳବିଶେଷରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟ ବଦଳାଇ ପାରିବେ। ଆବଶ୍ୟକ ପଡ଼ିଲେ ଛୁଟି ଘୋଷଣା କରିପାରିବେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ।

Advertisment
School Reopen In Odisha School