Advertisment

ଅଫିସ୍‌ରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ

ସଂସ୍ଥାର ଅନ୍ୟ କର୍ମଚାରୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

author-image
Manoranjan Sial
undefined

Girl

ଅଫିସ୍‌ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଜଗତସିଂହପୁର ଜିଲ୍ଲାର ବିଜୟିନୀ ସାହୁ ଭୁବନେଶ୍ୱର ଜିଜିପି କଲୋନୀରେ ରୁହନ୍ତି। ସେ ଏକ ସଂସ୍ଥାରେ ରିସେପନିଷ୍ଟ୍‌ ଭାବେ ଚାକିରି କରନ୍ତି। ସବୁଦିନ ପରି ଗୁରୁବାର ଅଫିସ୍‌ ଆସିଥିଲେ ବିଜୟିନୀ। ଅପରାହ୍ନରେ ସେହି ସଂସ୍ଥାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ଦରମା ପାଇନଥିବାରୁ ଉତ୍‌କ୍ଷିପ୍ତ ହୋଇ ଅଫିସ୍‌ ଆସିଥିଲେ। ସଂସ୍ଥାର ମାଲିକଙ୍କୁ ଦେଖା କରିବା ପାଇଁ ଚାହୁଁଥିଲେ। ମାତ୍ର ବିଜୟିନୀ ତାଙ୍କୁ ଅଟକାଇ ଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ବିଜୟିନୀଙ୍କ ପେଟରେ ଛୁରୀ ଭୁଶି ଦେଇଥିଲେ ସିକ୍ୟୁରିଟି ଗାର୍ଡ଼।

ସଂସ୍ଥାର ଅନ୍ୟ କର୍ମଚାରୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟିନୀଙ୍କ ମୃତ୍ୟୁ ଘଟିଛି।

Advertisment

ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ ଏବେ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରୁଛି। କ’ଣ ପାଇଁ ତାଙ୍କ ଦରମା ବନ୍ଦ କରାଯାଇଥିଲା, ତାହା ଉପରେ ପୁଲିସ୍‌ ତଦନ୍ତ କରୁଛି।

Bhubaneswar Bhubaneswar News Crime Crime Story