Advertisment

ବିଜେଡି ନେତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ପରିବାର; ପୁଲିସ୍‌ କମିଶନରଙ୍କ ଦ୍ୱାରସ୍ଥ ହେଲେ ମାଆ

ପୁଲିସ୍‌ କମିଶନରଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ସଂଯୁକ୍ତା ମହଲାଙ୍କ ମାଆ କହିଛନ୍ତି, ମୋ ପୁଅ ଆଇଆର୍‌ବିରେ ଚାକିରି କରୁଛି। ଦୀର୍ଘ ୫ ବର୍ଷ ହେଲା ତାକୁ ମୋ ବଡ଼ ଝିଅ ସଂଯୁକ୍ତା ନିର୍ଯାତନା ଦେଉଛି।

ଅଦ୍ୟତନ ହୋଇଛି
BBSR

BBSR

Advertisment

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ବିଜେଡିର ପାୱାର ଦେଖାଇ ପରିବାର ଲୋକଙ୍କୁ ନା ନା ହଇରାଣ କରୁଛନ୍ତି। ସାନ ଭାଇ ନାଁରେ ରେପ୍‌ କେସ୍‌ ଦେଇଛନ୍ତି। ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ସଞ୍ଜୁକ୍ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଏବେ ନ୍ୟାୟ ପାଇଁ ପରିବାର ଲୋକେ ଭୁବନେଶ୍ୱର ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ପାଇଁ ଗୁହାରୀ କରିଛନ୍ତି।

Advertisment

ପୁଲିସ୍‌ କମିଶନରଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ସଂଯୁକ୍ତା ମହଲାଙ୍କ ମାଆ କହିଥିଲେ, ମୋ ପୁଅ ଆଇଆର୍‌ବିରେ ଚାକିରି କରୁଛି। ଦୀର୍ଘ ୫ ବର୍ଷ ହେଲା ତାକୁ ମୋ ବଡ଼ ଝିଅ ସଂଯୁକ୍ତା ନିର୍ଯାତନା ଦେଉଛି। ବିଜେଡିରେ ଥିବାରୁ କୋରାପୁଟରେ ଚାକିରି କରୁଥିବା ପୁଅକୁ ଭୁବନେଶ୍ୱରକୁ ବଦଳି କରାଇ ଦେଉନି। ତା’ ଚାକିରି ଖାଇବା ପାଇଁ ତା’ ନାଁରେ ବିଭିନ୍ନ ମାମଲା ଦେଇଛି। ରେପ୍‌ କେସ ଦେଇଛି। ବୋହୂ ଭୁବନେଶ୍ୱରରେ ରହୁଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଉଛି। ମାରିଦେବ ବୋଲି କହୁଛି। ୧୫ ଦିନ ତଳେ ବୋହୂ ନାଁରେ ଫେସ୍‌ବୁକ୍‌ରେ ଅଶ୍ଲୀଳ ପୋଷ୍ଟ କରିଛି। ଖାଲି ବୋହୂ ନୁହେଁ, ପୁଅ ନାଁରେ ମଧ୍ୟ ଲେଖିଛି। ତା’ ନିର୍ଯାତନା କେତେ ସହିବୁ? ସେଥିପାଇଁ ଆମେ କମିଶନରଙ୍କୁ ଦେଖା କରିବାକୁ ଆସିଛୁ।

ସଞ୍ଜୁକ୍ତାଙ୍କ ନିର୍ଯାତନାରେ ଶିକାର ହୋଇଥିବା ତାଙ୍କ ଭାଉଜ ଶୁଭସ୍ମିତା ପାତ୍ର କହିଛନ୍ତି, ମୋ ସ୍ୱାମୀ ଓ ମୋତେ ସେ (ସଂଯୁକ୍ତା) ବହୁ ନିର୍ଯାତନା ଦେଉଛନ୍ତି। ସେ ବିଜେଡିରେ ଥିବାରୁ ଚାପ ପକାଇ ମୋ ସ୍ୱାମୀଙ୍କୁ କୋରାପୁଟ ବଦଳି କରିଦେଇଛନ୍ତି। ବାଟଘାଟରେ ଗଲାବେଳେ ଧମକ ଦେଉଛନ୍ତି। ମାରିଦେବେ ବୋଲି କହୁଛନ୍ତି। ସେ ଜଣେ ନାରୀ ହୋଇ ମୋ ନାଁରେ ସୋଶାଲ ମିଡିଆରେ ଅଶ୍ଲୀଳ ପୋଷ୍ଟ କରୁଛନ୍ତି। ଏପରିସ୍ଥିତିରେ ମୁଁ କେମିତି ବଞ୍ଚିବି? ସବୁବେଳେ ବିଜେଡିର ପାୱାର ଦେଖାଉଛନ୍ତି। ୨୦୧୫ ମସିହାରୁ ଆମ (ସ୍ୱାମୀ ଓ ସ୍ତ୍ରୀ) ଭିତରେ ଫାଟ କରୁଛନ୍ତି। ଯେଉଁଥିପାଇଁ କିଛି ଦିନ ଆମେ ଅଲଗା ହୋଇଯାଇଥିଲୁ। ପରେ ବହୁ କଷ୍ଟରେ ମିଳିମିଶା ହେଲା। ଏବେ ପୁଣି ମୋତେ ବଦନାମ କରୁଛନ୍ତି। ମାରିଦେବାକୁ ଧମକ ଦେଉଛନ୍ତି। ମୁଁ କେମିତି ରହିବି ବୋଲି ଶୁଭସ୍ମିତା ପ୍ରଶ୍ନ କରିଛନ୍ତି।

Advertisment

ସଂଯୁକ୍ତା ମହଲା ଏବେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଅଛନ୍ତି। ତେବେ ପରିବାର ଲୋକଙ୍କ ଅଭିଯୋଗ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। 

ସଂଯୁକ୍ତା ମହଲା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଗତ ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ସେ ଏହି ଅଭିଯୋଗ କରିଥିଲେ ଓ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିଥିଲେ। ପୁଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସରକାରଙ୍କ ଚାପ ଅବା ଅନ୍ୟ କିଛି କାରଣରୁ ସଂଯୁକ୍ତାଙ୍କ ଏଫଆଇଆର ରୁଜୁ ହୋଇପାରିନଥିବା ଜଣାପଡ଼ିଥିଲା। ଏହି ଘଟଣାର କିଛି ଦିନ ପରେ ତାଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ କଳ୍ୟାଣ ବୋର୍ଡରେ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ତେଣୁ ତତ୍‌କାଳୀନ ଶ୍ରମ ମନ୍ତ୍ରୀଙ୍କ ସହିତ ତାଙ୍କର ଡିଲ୍ ହୋଇଥିବା ଆଲୋଚନା ହୋଇଥିଲା। 

Bhubaneswar BjD Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe