ଚଳିତ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ ହେବ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥାପିତ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ ।

ମେଡିକାଲ କଲେଜ

  • Published: Monday, 05 June 2023
  • , Updated: 05 June 2023, 08:25 PM IST

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥାପିତ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରିଛନ୍ତି ।

ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ଟି ଏମବିବିଏସ୍ ସିଟରେ ନାମ ଲେଖା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ମେଡିକାଲ କମିଶନ ଗତ ଏପ୍ରିଲ ୧୧ ତାରିଖରେ ଅନୁମତି ଦେଇଛନ୍ତି । ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ମୋଟ ୪୮୧.୦୬କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Related story