Advertisment

ଟ୍ରେନିଂରେ ଯୋଗ ଦେଲେନି ୮ ଡିଗ୍ରୀ କଲେଜ୍‌ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଚଳିତ ଶିକ୍ଷାବର୍ଷ ୟୁଜି କୋର୍ସଗୁଡ଼ିକରେ ନାମଲେଖା ନିମନ୍ତେ ନୂଆ ବିଧିବ୍ୟବସ୍ଥା ବିଷୟରେ ଏହି କାର୍ଯ୍ୟକ୍ରମରେ ତାଲିମ ଦେବା ଏବଂ ନିର୍ଦ୍ଧାରିତ ସମୟରେ ସୁରୁଖୁରୁରେ ସରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା।

ଅଦ୍ୟତନ ହୋଇଛି
kalahandi university

kalahandi university

Advertisment

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ୮ ଡିଗ୍ରୀ କଲେଜ୍‌ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଗତ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଟ୍ରେନିଂ ଶିବିର। ହେଲେ ଏହି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ନ ଥିଲେ।

Advertisment

ତେଣୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳସଚିବ ଓ ୮ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ କାହିଁକି ଏଥିରେ ଯୋଗ ଦେଲେନି ମେ’ ୨୯ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ହୋଇଛି।

ଏହି ଟ୍ରେନିଂ କାର୍ଯ୍ୟକ୍ରମ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିଲା। ଏଥିରେ ୩୦ଟି ନୋଡ଼ାଲ କଲେଜ, ୭୦ ସାମ୍‌ସ ରିସୋରସ୍ ସେଣ୍ଟର(ଏସ୍‌ଆରସି) ଯୋଗଦେବାକୁ କୁହାଯାଇଥିଲା। ୧୦୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନରୁ ୯୧ ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

Advertisment
Noticeଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍

ଚଳିତ ଶିକ୍ଷାବର୍ଷ ୟୁଜି କୋର୍ସଗୁଡ଼ିକରେ ନାମଲେଖା ନିମନ୍ତେ ନୂଆ ବିଧିବ୍ୟବସ୍ଥା ବିଷୟରେ ଏହି କାର୍ଯ୍ୟକ୍ରମରେ ତାଲିମ ଦେବା ଏବଂ ନିର୍ଦ୍ଧାରିତ ସମୟରେ ନାମଲେଖା କାର୍ଯ୍ୟ ସୁରୁଖୁରୁରେ ସାରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା। ହେଲେ ଯେଉଁମାନେ ଏଥିରେ ଯୋଗଦେଇନାହାନ୍ତି, ସେ ବାବଦରେ ଜବାବ ଦାଖଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଡେପୁଟି ଡାଇରେକ୍ଟର ନିର୍ଦ୍ଦେଶ ଦେଇଛନ୍ତି।

Kalahandi Odisha Education Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe