Advertisment

ସ୍ମାର୍ଟ ସିଟି ଭୁବନେଶ୍ୱର ରାସ୍ତାରେ ଅଣ୍ଟାଏ ପାଣି, ଭିତରେ ଫସି ଲୋକେ କଲବଲ

ରାଜଧାନୀର ତଳିଆ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ରାସ୍ତା ବର୍ଷାରେ ଅଣ୍ଟାଏ ଉଚ୍ଚର ପାଣି ଠିଆ ହୋଇଛି।

ଅଦ୍ୟତନ ହୋଇଛି
Rain in Bhubaneswar

Rain in Bhubaneswar

Advertisment

ଅସରାଏ ସୌସୁମୀ ବର୍ଷାରେ ଉବୁଟୁବୁ ଟ୍ୱିନ୍ ସିଟି। ରାଜଧାନୀର ତଳିଆ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଠିଆ ହୋଇଛି। ଭୁବନେଶ୍ୱର ଓଲଡ ଟାଉନ ଅଞ୍ଚଳରେ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଏଠାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ସ୍କୁଲରୁ ଫେରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କୁ ନେଇ ଆସୁଥିବା ଅଭିଭାବକମାନେ ଅସୁବିଧାର ସାମ୍ନା କରିଛନ୍ତି। ଘରକୁ ଫେରିବାର ଅନ୍ୟବାଟ ନ ଥିବାରୁ ସମସ୍ତେ ପାଣିରେ ପଶି ଘରେ ପହଞ୍ଚିଛନ୍ତି। ସେହିପରି ଜୟଦେବ ବିହାର, ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ଅଞ୍ଚଳ, କଳ୍ପନା-ରବି ଟକିଜ୍ ରାସ୍ତା ସମେତ ବିଭିନ୍ନ ବସ୍ତିରେ ପାଣି ଜମି ରହିଛି। ଡ୍ରେନ୍‌ ପାଣି, ସ୍ୱରେଜ୍ ପାଣି ଓ ବର୍ଷା ପାଣି ସବୁକିଛି ଏକାକାର ହୋଇଥିବାରୁ ଏବେ ସ୍ୱାସ୍ଥ୍ୟ ସମସ୍ୟା ଉପୁଯିବା ଆଶଙ୍କା ଦେଖାଦେଇଛି। ଲୋକେ ମଇଳା ପାଣି ଭିତରେ ପଶି ଯାତାୟତ କରୁଛନ୍ତି। ବର୍ଷା ଜଳ ନିଷ୍କାସନ ସମସ୍ୟା ପୁଣି ଭୁବନେଶ୍ୱର ସହରବାସୀଙ୍କ ନିମନ୍ତେ ମୁଣ୍ଡବିନ୍ଧା ହୋଇଛି।

Advertisment

କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ଜମିଛିା ଲୋକେ ଏବେ ଘରୁ ବାହାରିବା ମୁସକିଲ ହୋଇପଡ଼ିଛି। ଡ୍ରେନ୍‌ ଠିକ୍‌ ଭାବେ ସଫା ହୋଇ ନ ଥିବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ମଇଳା ପାଣି ଭିତରେ ଯାତାୟତ କରିବା ଲୋକଙ୍କୁ ଯନ୍ତ୍ରଣା ଦେଇଛି।

ମୌସୁମୀ ଛୁଇଁବା ପରେ ଗରମରୁ ଲୋକଙ୍କୁ ତ୍ରାହି ମିଳିଛି ସତ, ହେଲେ ବର୍ଷା ଜଳ ନିଷ୍କାସନ ସମସ୍ୟା ସେମାନଙ୍କ ନିମନ୍ତେ ମୁଣ୍ଡବିନ୍ଧା ହୋଇ ଉଭା ହୋଇଛି। ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଆଜି ଭୁବନେଶ୍ୱରରେ ଦିନ ୨ଟା ସୁଦ୍ଧା ପ୍ରାୟ ୯୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Advertisment

ଭୁବନେଶ୍ୱରରେ ପାଣି ଜମିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଥିବା ମେୟର ସୁଲୋଚନା ଦାସ କରିଛନ୍ତି। ସେହିପରି କଟକ ମେୟର ସୁବାସ ସିଂହ କହିଛନ୍ତି, ଡ୍ରେନ୍‌ର ପୁନଃଉଦ୍ଧାର କରାଯାଇଥିବାରୁ ଅଧଘଣ୍ଟାଏରୁ ଘଣ୍ଟାଏ ଭିତରେ ବର୍ଷା ଦଳ ନିଷ୍କାସନ ହୋଇପାରୁଛି। ଜଳ ନିଷ୍କାସନକୁ ଆହୁରି ଭଲଭାବେ କରାଯିବ।

Bhubaneswar Heavy Rain Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe