Advertisment

କୋଟିଆକୁ ନେଇ ସୌମ୍ୟ ବାଢ଼ିଲେ ଅଜବ ଯୁକ୍ତି, ଜବାବ ଦେଲା ଶିକ୍ଷକ ସଂଘ

କୋଟିଆ ପାଇଁ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ ସୌମ୍ୟ। କହିଲେ- ଶିକ୍ଷକଙ୍କ ପାଇଁ କୋଟିଆ ଓଡ଼ିଶା ହାତରୁ ଚାଲିଯାଉଛି।

ଅଦ୍ୟତନ ହୋଇଛି
SOUMYA RANJAN

SOUMYA RANJAN

Advertisment

‘କୋଟିଆ ଓଡ଼ିଶା ହାତରୁ ଚାଲିଯାଉଛି। ଏହାର କାରଣ ହେଲା କୋଟିଆରେ ଆମର ଶିକ୍ଷକ ବନ୍ଧୁମାନେ ରହିବାକୁ ଚାହୁଁନାହାନ୍ତି।’ ଭୁବନେଶ୍ୱରରେ ଭାଷାବିତ୍ ଡକ୍ଟର ନିବେଦିତା ମହାନ୍ତିଙ୍କ ଲିଖିତ ଓଡ଼ିଆ ଜାତୀୟତା ପୁସ୍ତକର ଉନ୍ମୋଚନ ଅବସରରେ ଗତକାଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ସୌମ୍ୟଙ୍କ ମନ୍ତବ୍ୟକୁ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଇଛି। 

Advertisment

ସୌମ୍ୟ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାର ପ୍ରବେଶ କରି ପ୍ରଭାବ ବିସ୍ତାର କରୁଛି। ମୁଁ ସରକାରୀ ଦଳର ବିଧାୟକ ହୋଇ ଏହି କଥା
ବୁଝିବାକୁ ଚେଷ୍ଟା କରୁଛି ଯେ, କାହିଁକି କୋଟିଆ ଆମ ହାତରୁ ଚାଲିଯାଉଛି। ଏହାର କାରଣ ହେଲା କୋଟିଆରେ ଆମର ଶିକ୍ଷକ ବନ୍ଧୁ ରହିବାକୁ ଚାହୁଁନାହାନ୍ତି। ଶିକ୍ଷକ ବନ୍ଧୁ ନ ରହିଲେ ସେଠାରେ କେହି ଓଡ଼ିଆ ପଢିବେ ନାହିଁ। ଯଦିବା ଶିକ୍ଷକ ଜବରଦସ୍ତ ଯାଉଛନ୍ତି, ସେଠାରେ ‘କା’ ଶିକ୍ଷକ ରଖି ପଳାଇଆସୁଛନ୍ତି ଏବଂ ଦରମା ମିଳିବା ଦିନ ସେଠାକୁ ଫେରି ଯାଉଛନ୍ତି।

ଅନ୍ୟପକ୍ଷରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତକୁ ନିନ୍ଦା କରିଛନ୍ତି ଶିକ୍ଷକ ସଂଘ। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, କୋଟିଆ ଓଡ଼ିଶା ହାତରୁ ଚାଲିଯିବା ଏଥିପାଇଁ ଶିକ୍ଷକମାନେ ଦାୟୀ ନୁହନ୍ତି। ଏଥିପାଇଁ ସରକାର ନିଜେ ଦାୟୀ। କାରଣ କୋଟିଆରେ ସରକାର ସମସ୍ତ ସୁବିଧା ସୁଯୋଗ ଦେଉ ନଥିବାରୁ କୋଟିଆ ଅଧିବାସୀମାନେ ଓଡ଼ିଶାରୁ ମୁହଁ ଫେରାଇ ନେଉଛନ୍ତି ଓ ଅନ୍ୟ ରାଜ୍ୟ ଆଡ଼େ ମୁହାଁଉଛନ୍ତି। ଏଥିପାଇଁ ଶିକ୍ଷକମାନେ ଦାୟୀ ନୁହନ୍ତି,ବରଂ ସରକାର ଦାୟୀ ଅଟନ୍ତି।

Advertisment

ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଶିକ୍ଷକମାନଙ୍କ ଉପରେ ଦୋଷ ଲଦୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ମଧ୍ୟ। ଏହି କଥାକୁ ଶିକ୍ଷକ ସମାଜ କେବେ ଗ୍ରହଣ କରିବ ନାହିଁ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ମଣ୍ଡଳୀ ସଦସ୍ୟ  କହିଛନ୍ତି।

Bhubaneswar BjD Kotia Issue Kotia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe