Advertisment

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ,୨ଦିନ ମଧ୍ୟରେ ସବୁ ଜିଲ୍ଲାରେ କରିବ ପ୍ରବେଶ

ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଅଗ୍ରସର ହେବ।

ଅଦ୍ୟତନ ହୋଇଛି
Rain

Rain

Advertisment

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଅଗ୍ରସର ହେବ। ଆଜି ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଦୁଇ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ତା’ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଛି। ଆଜି ସକାଳେ ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୁବନରେ ୭୦.୦ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬୬.୬, ଯାଜପୁରର ସୁକିନ୍ଦାରେ ୬୫.୦ ,ମାଲକାନଗିରିର କୋରଗୁଣ୍ଡାରେ ୬୧.୦, ଚିତ୍ରଗୁଣ୍ଡାରେ ୬୦.୦ ଓ  ସୁନ୍ଦରଗଡ଼ରେ ଟେଣ୍ଡାପଲିରେ ୫୮.୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  

Advertisment
Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe