Advertisment

ପୁଲିସକୁ ବନ୍ଧୁକ ଦେଖାଉଥିଲା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ, ବନ୍ଧାହେଲା

ପୁଲିସ ରାଘବଠାରୁ ବନ୍ଧୁକ ଜବତ କରିବା ସହ ବହୁ ପରିମାଣର ମାରଣାସ୍ତ୍ର ଜବତ କରିଥିଲା।

ଅଦ୍ୟତନ ହୋଇଛି
  Ragha jena

Raghv jena

Advertisment

ପୁଲିସକୁ ଚକମା ଦେଇ ଖସିଯାଇଥିବା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଜଟଣୀରୁ ଗିରଫ କଲା ପୁଲିସ। ତା’ ନାଁ ରାଘବ ଜେନା। ଦୋକାନ ଭଙ୍ଗାରୁଜା ମାମଲା ଓ ପୁଲିସକୁ ଆକ୍ରମଣ ପାଇଁ ପୁଲିସ ରାଘକୁ ଗିରଫ କରିଛି। ନୟାପଲ୍ଲୀ ଥାନାର ୪ଟି କେସରେରେ ୱାଣ୍ଟେଡ୍ ଥିଲା ରାଘବ। ଗିରଫ ବେଳେ ରାଘବଠାରୁ ବହୁ ପରିମାଣର ମାରଣାସ୍ତ୍ର ଜବତ କରିଛି ପୁଲିସ।

Advertisment

ଦୀର୍ଘ ଦିନ ଧରି ପୁଲିସ ଓ ରାଘବ ମଧ୍ୟରେ ଲୁଚକାଳି ଖେଳ ଚାଲିଥିଲା। ଗତକାଲି ରାଘବ ଜଟଣୀ ଅଞ୍ଚଳରେ ଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ ସେହି ସ୍ଥାନରେ ଚଢ଼ାଉ କରି ରାଘବକୁ ଧରିବାକୁ ଚେଷ୍ଟା କରିଥିଲା। ହେଲେ ସେହିସମୟରେ ରାଘବ ପୁଲିସକୁବନ୍ଧୁକ ଦେଖା ଭୟଭୀତ କରିଥିଲା। ସେଠାରେ ଖସି ଯିବାକୁ ଉଦ୍ୟମ କରିଥିଲା। ପରେ ପୁଲିସ ରାଘବଠାରୁ ବନ୍ଧୁକ ଜବତ କରିବା ସହ ଗିରଫ କରିଥିଲା।

 ସୂଚନାଯୋଗ୍ୟ, ମାର୍ଚ୍ଚ୨୪ ତାରିଖରେ ବାଉନସର ଗ୍ୟାଙ୍ଗର ସଦସ୍ୟ ମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିବା ସହ ଲୁଟପାଟ କରିଥିଲେ। ଜେସିବି ଲଗାଇ ସେମାନେ ଦୋକାନକୁ ମାଟିରେ ମିଶାଇ ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ୍‌ ବାଉନସର ଗ୍ୟାଙ୍ଗ ର ୧୫ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ଏହି ଘଟଣାରେ ରାଘବ ମାଷ୍ଟର ମାଇଣ୍ଡ ଥିଲା। ପୁଲିସକୁ ଚକମା ଦେଇ ଖସି ଯାଇଥିଲା।

Advertisment
Bhubaneswar , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe