Advertisment

ଭୁବନେଶ୍ୱରରେ ଖୋଲିଲା ସ୍ୱତନ୍ତ୍ର ମହିଳା ଭେଣ୍ଡିଂ ଜୋନ୍‌

ଭେଣ୍ଡିଂ ଜୋନ ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଭେଣ୍ଡିଂ ଜୋନକୁ ଉଦଘାଟନ କରିଛନ୍ତି ।

ଅଦ୍ୟତନ ହୋଇଛି
Model Vending Zone

Model Vending Zone

Advertisment

ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ଅଂଚଳରେ ଆଜି ଏକ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦଘାଟିତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ନିର୍ମିତ ଏହି ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ଘର ରହିଥିବାବେଳେ ଏହା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡ଼ିଛି ।

Advertisment

ଏହି ଭେଣ୍ଡିଂ ଜୋନ ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଭେଣ୍ଡିଂ ଜୋନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Advertisment

ରାଜ୍ୟରେ ଏଭଳି ସ୍ୱତନ୍ତ୍ର ମହିଳା ଭେଣ୍ଡିଂ ଜୋନ୍ ପ୍ରଥମ ବୋଲି କୁହାଯାଉଛି ।

BjD Bmc BMC Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe