Advertisment

ଉଗ୍ରରୂପ ଦେଖାଇଲେ ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିରେ ଗର୍ଜନ।

State private faculty and staff showed aggravation

State private faculty and staff showed aggravation

Advertisment

ଦୀର୍ଘ ୪ ଶହ ଦିନ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଲେ। ଶେଷରେ ଉଗ୍ରରୂପ ଦେଖାଇଲେ। ସରକାର କୌଣସି ଦାବି ନ ଶୁଣିବାରୁ ଆଜି ପୁଲିସକୁ ଚକମା ଦେଇ ବିଧାନସଭା ନିକଟ ଯାଏଁ ମାଡ଼ି ଆସିଥିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ଯେଉଁଠି ପୁଲିସ ସହ ହୋଇଥିଲା ଧସ୍ତାଧସ୍ତି। ଶେଷରେ ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଆଜି ଭୁବନେଶ୍ୱରରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନକୁ ନେଇ ପୁଲିସ ନକେଦମ ହୋଇଛି।

Advertisment

ସୂଚନା ମୁତାବକ, ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିରେ ଗର୍ଜନ। ପୁଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ। କେହି କିଛି ବୁଝିବା ପୂର୍ବରୁ ବିଧାନସଭା ପାଖିପାଖି ପହଞ୍ଚିଗଲେ। ଡ୍ୟୁଟିରେ ଥିବା ପୁଲିସ ଯେତେ ବୁଝାଇଲେ ବି ସେମାନେ ବୁଝିବା ମୁଡ୍ରେ ନଥିଲେ। ଭାଗ୍ୟକୁ ବିଧାନସଭା ପୂର୍ବରୁ ପିଏମଜି ପାଖରେ ଏକ ଅସ୍ଥାୟୀ ବାରିକେଡ ଥିଲା। ଯାହାକୁ ତୁରନ୍ତ ରାସ୍ତାକୁ ଟାଣି ଆଣି ଆନ୍ଦୋଳନକାରୀଙ୍କୁ ଅଟକାଇଦେଲା ପୁଲିସ। ତଥାପି ମଧ୍ୟ ପୁଲିସ ସହ ଧସ୍ତାଧସ୍ତି ଆଉ ଠେଲାପେଲା ବେଶ କିଛି ସମୟ ଧରି ଚାଲିଥିଲା।

ଘଟଣାସ୍ଥଳରେ ଡିସିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନନକାରୀଙ୍କୁ ଚେତାବନୀ ଦେଇଥିଲେ। ଏମିତିକି ଧସ୍ତାଧସ୍ତିରେ କେତେକ ମହିଳା ଅଧ୍ୟାପିକା ଆହତ ହୋଇଥିବା ସୂଚନା ମିଳିଛି। 

Advertisment

୨୦୦୮ରୁ ୨୦୧୮ ମଧ୍ୟରେ ନିଯୁକ୍ତ ହୋଇଥିବା ସମସ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନଭୁକ୍ତ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ଏହି ଗୋଟିଏ ମାତ୍ର ଦାବି ନେଇ ଗାନ୍ଧିମାର୍ଗର ଧାରଣା ସ୍ଥଳରେ ଦୀର୍ଘ ୪ ଶହ ଦିନ ଧରି ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣା ଦେଇଆସୁଛନ୍ତି ଏହି ଅଧ୍ୟାପକମାନେ। ହେଲେ ଏତେଦିନ ଧରି ଧାରଣା ଦେବା ପରେ ବି ସରକାର ସେମାନଙ୍କ ସହ କୌଣସି ଆଲୋଚନା କରୁନାହାନ୍ତି। ଆନ୍ଦୋଳନକାରୀ ଅଧ୍ୟାପକଙ୍କ ଅଭିଯୋଗ ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂଆ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଏଥିସହ ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜ୍ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି।

ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ, ଯାହାକୁ ବିରୋଧ କରିଛି ସଙ୍ଘ। ଆଜିର ଜୋରଦାର ଆନ୍ଦୋଳନ ପରେ ଶତାଧିକ ଆଧ୍ୟାପକ ଆଧ୍ୟାପିକାଙ୍କୁ ଗିରଫ କରିଛି ପୁଲିସ। ଏସବୁ ସତ୍ତ୍ୱେ ଆଗାମୀ ଦିନରେ ଆମରଣ ଅନଶନ ପାଇଁ ସଜବାଜ ହେଉଛି ସଂଘ।

Bhubaneswar Teacher Agitation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe