Advertisment

ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା: ବର୍ଷା ପ୍ରିୟଦର୍ଶିନୀ

ଅନ୍ୟାୟ ବିରୋରେ ଚୁପ୍ ନ ରହିବାକୁ ଓ ସୋସିଆଲ ମିଡିଆର ନେଗେଟିଭିଟିରୁ ଦୂରରେ ରହିବାକୁ ରମାଦେବୀ ୟୁନିଭରସିଟିର ଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଅଦ୍ୟତନ ହୋଇଛି
Barsha Priyadarshini

Barsha Priyadarshini

Advertisment

‘ମୋ ଜୀବନରେ ଝଡ଼ ଆସିଛି। ମୁଁ ପୀଡ଼ିତା।’ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ବୟାନ ଏବେ ସବୁଠି ଅଲୋଚନାର ବିଷୟ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଜୀବନ ଅନିଶ୍ଚିତ। କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା।

Advertisment

ଜୀବନ ମତେ ବହୁତ ଥର ପକେଇବାକୁ ଚେଷ୍ଟା କରିଛି । କିନ୍ତୁ ମୁଁ ପୁଣି ଥରେ ଛିଡା ହୋଇଛି। ସୋଶାଲ ମିଡିଆରେ ମୁଁ କାହିଁକି ମତ ରଖେନି ବୋଲି ବହୁ ଲୋକ ପ୍ରଶ୍ନ କରିବାରୁ ମୋର ସାମାଜିକ କାର୍ଯ୍ୟକ୍ରମର ଫଟୋ ଶେଆର କଲି । ଏହା ପରେ ବହୁତ ଲୋକ କମେଣ୍ଟ କଲେ ଯେ, ରାଜନୀତିରେ ଯୋଗ ଦେବାକୁ ଓ ଟିକେଟ ପାଇବାକୁ ଏସବୁ କରୁଛି । ଛୋଟ ବେଳୁ ମୁଁ ସାମାଜିକ କାମରେ ଜଡ଼ିତ ଥିଲି । ସେତେବେଳ ବି ମୁଁ କଣ ପଲିଟିକସକୁ ଯିବାକୁ ଚାହୁଁଥିଲି କି ବୋଲି ପ୍ରଶ୍ନ କରିଛନ୍ତି ବର୍ଷା।

ସେ ତେରଛା ଇଙ୍ଗିତ କରି କହିଛନ୍ତି, ଜୀବନରେ ବହୁ ଲୋକ ହତାଶ ହୋଇ ଅନ୍ୟର ଗୋଡ଼ ଟାଣନ୍ତି। ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା। ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି। ନେଗେଟିଭିଟିକୁ କେବେ ଗ୍ରହଣ କରିନି ।

Advertisment

ଅନ୍ୟାୟ ବିରୋଧରେ ଚୁପ୍ ନ ରହିବାକୁ ଓ ସୋଶାଲ ମିଡିଆର ନେଗେଟିଭିଟିରୁ ଦୂରରେ ରହିବାକୁ ରମାଦେବୀ ୟୁନିଭରସିଟିର ଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

Barsha-Anubhav Controversy Barsa Anubhav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe