Advertisment

ବିଦ୍ୟୁତ୍ କାଟ୍‌କୁ ନେଇ ଗର୍ଜିଲା ଛାତ୍ର କଂଗ୍ରେସ; ଶକ୍ତି ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଅଦ୍ୟତନ ହୋଇଛି
congress

congress

Advertisment

ଗତ କିଛି ଦିନ ହେଲାଣି ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି। ଏପରି ସମୟରେ ବାରମ୍ବାର ପାୱାର କଟ୍‌ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏହିପରି ସମୟରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଖାମଖିଆଲି ମନ୍ତ୍ରବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଲଣ୍ଠନ ଓ ବିଞ୍ଚଣା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଶକ୍ତି ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି।

Advertisment

ଶକ୍ତି ବିଭାଗକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଛାତ୍ର କଂଗ୍ରେସର ଜଣେ ସଦସ୍ୟ କହିଛନ୍ତି, ପ୍ରତାପ ଦେବଙ୍କ ଭଳି ମନ୍ତ୍ରୀ ସାରା ଭାରତବର୍ଷରେ ନାହାନ୍ତି। ବିଦ୍ୟୁତ କାଟ୍ ହେଉଛି ବୋଲି ତାଙ୍କ ସଚିବ କହୁଛନ୍ତି, ହେଲେ ମନ୍ତ୍ରୀ ଡ୍ରାମା କରୁଛନ୍ତି। ସାଧାରଣ ଲୋକ ଗରମରେ ଛଟପଟ ହେଉଥିବାବେଳେ ମନ୍ତ୍ରୀ ତାଙ୍କ ସପକ୍ଷରେ ନଯାଇ ଟାଟା କମ୍ପାନୀ ସପକ୍ଷରେ ଯାଉଛନ୍ତି। ଟାଟା କମ୍ପାନୀ ଓ ମନ୍ତ୍ରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି। ଲୋକମାନେ ଗରମରେ ଛଟପଟ ହେଉଥିବା ବେଳେ ମନ୍ତ୍ରୀ ବେଫିକର ହୋଇ ତାଙ୍କ ବାସଭବରେ ଶୋଇପଡ଼ିଛନ୍ତି। ପାୱର କାଟ୍‌କୁ ବନ୍ଦ କରାଯାଉ। ଯଦି ପ୍ରତାପ ଦେବ ମନ୍ତ୍ରୀ ହେବାକୁ ଅଯୋଗ୍ୟ ତାହା ହେଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।

Advertisment

ସୂଚନାଯୋଗ୍ୟ, ଆଜି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୂର୍ବରୁ ବିଜୁଳି ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇନାହିଁ।

Bhubaneswar Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe