Advertisment

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ୯ମ ଓ ୧୦ ପିଲାଙ୍କୁ ମିଳିବ ସ୍କୁଲ ଡ୍ରେସ୍

ନୋଟ୍‌ ବୁକ୍‌ରେ ପିଲାଙ୍କୁ ହୋମ ୱାର୍କ କ’ଣ ଦିଆଯାଉଛି ଓ ଶିକ୍ଷକମାନେ କ’ଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ।

ଅଦ୍ୟତନ ହୋଇଛି
School and Mass Education Minister Samir Ranjan Dash

School and Mass Education Minister Samir Ranjan Dash

Advertisment

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ । ଯେଉଁଥିରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କ’ଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ। ଯାହା ଫଳରେ ଅଭିଭାବକ ମାନେ ଜାଣିପାରିବେ ପିଲା କ’ଣ ପଢୁଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି।

Advertisment

ସେପଟେ ମାର୍ଚ୍ଚ ୧ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ପଠା ସରିଛି। କିଛି ଅଧ୍ୟାପକ ପରୀକ୍ଷା ବର୍ଜନ କରିବା ପାଇଁ ଚେତାବନୀ ଦେଇଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ଚଳିତ ବଜେଟରେ ଶିକ୍ଷା ଓ କୌଶଳ ବିକାଶ ନିମନ୍ତେ ସରକାର ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହା ଗତଥର ତୁଳନାରେ ୧୦ପ୍ରତିଶତ ଅଧିକ ବୋଲି କୁହାଯାଇଛି। ବଜେଟରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟିର ବ୍ୟୟବରାଦ ହୋଇଛି। ଯାହା ଭିତରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି। ତେବେ ଦେଖିବାର କଥା ଉଜୁଡ଼ି ପଡ଼ିଥିବା ସରକାରୀ ସ୍କୁଲ ଭିତ୍ତିଭୂମି ସଜାଡ଼ିବାରେ ସରକାରଙ୍କ ଏହି ବ୍ୟୟ ଅଟକଳ କେତେ ମାତ୍ରାରେ ସମର୍ଥ ହେଉଛି।

Advertisment

ଏନେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଚଳିତ ବଜେଟରେ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍ ମାଗଣା ଦିଆଯାଉଥିବା ବେଳେ ଏବେ ୧୦ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍ ମାଗଣା ଦିଆଯିବ। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାମାନଙ୍କୁ ନୋଟ୍‌ ବୁକ୍ ଦିଆଯିବ। ପିଲା କ’ଣ ପାଠ ପଢ଼ୁଛନ୍ତି ଓ ଶିକ୍ଷକ କ’ଣ ପାଠ ପଢ଼ାଉଛନ୍ତି ତାହା ଏହା ଦ୍ୱାରା ଅଭିଭାବକମାନେ ଜାଣି ପାରିବେ। ପ୍ରାଥମିକ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଖୁବ୍‌ ଶୀଘ୍ର ବଡ଼ ଘୋଷଣା ହେବାକୁ ଯାଉଛି। ଚଳିତ ବଜେଟରେ ଡିଇଓ ଓ ବିଇଓମାନଙ୍କ କାର୍ଯ୍ୟକୁ ମଧ୍ୟ ଅନୁଶୀଳନ କରାଯିବାକୁ ବ୍ୟବସ୍ଥା ହୋଇଛି।

Odisha Government Smart School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe