Advertisment

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡ଼ଙ୍ଗୀ

ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

author-image
Tapaswini Nayak
ଅଦ୍ୟତନ ହୋଇଛି
SUDANSU SARANGI

SUDANSU SARANGI

ଅଗ୍ନିଶମ ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତ ଦେଇଥିଲେ ରାଜ୍ୟ ସରକାର।

Advertisment

ଏହା ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ସ୍ପେଶାଲ ଡିଜି ପୁଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା’ ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନ ସିଟିର ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। 

ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

Advertisment

ସେ ଆହୁରି କହିଛନ୍ତି, ୨୦୦୦ ମସିହାରେ ଓଡ଼ିଶାରେ ୧୧୨ଟି ଦମକଳ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନି ଗୁଣ ବୃଦ୍ଧି ପାଇ ୩୪୫ରେ ପହଞ୍ଚିଲାଣି।ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀମାନେ ବାହାର ରାଜ୍ୟ ଗୁଡ଼ିକରେ ଭଲ କାମ କରି ପ୍ରଂଶସା ପାଇଛନ୍ତି। ‌ଏଥିରେ ଥିବା କର୍ମଚାରୀଙ୍କୁ ନିଆଁ ଲିଭା କାର୍ଯ୍ୟରେ ଖାଲି ନିୟୋଜିତ କରାଯାଉନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନେ କାର୍ଯ୍ୟ କରି ପ୍ରଂଶସା ସାଉଣ୍ଟୁଛନ୍ତି। 

Bhubaneswar IPs Sudhanshu Sarangi