ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର

ଆଜି  ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ କାର୍ଯ୍ୟ କରିବେ ।

ସୁଶାନ୍ତ କୁମାର ମହାନ୍ତି

  • Published: Thursday, 09 February 2023
  • , Updated: 09 February 2023, 07:46 PM IST

ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାନ୍ତି ଗତବର୍ଷ ଅଗଷ୍ଟ ମାସରେ ଦୈନିକ ସମ୍ବାଦପତ୍ର ‘ସମାଜ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ପଦରୁ ଅବସର ନେଇଥିଲେ ।

ଆଜି  ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ କାର୍ଯ୍ୟ କରିବେ । ଏହି ପଦବୀରେ ଯୋଗ ଦେବା ଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ଶ୍ରୀ ମହାନ୍ତିଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି ।

ସୂଚନାଯୋଗ୍ୟ,  ଶ୍ରୀ ମହାନ୍ତି କ୍ରୀଡ଼ା ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଦୀର୍ଘବର୍ଷ ଧରି ସେ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ରାଜ୍ୟ ସୂଚନା କମିଶନରେ ଏବେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀଙ୍କ ବ୍ୟତୀତ କମିଶନର ଭାବେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋୟୀ ଓ ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟ କରୁଛନ୍ତି ।

Related story