/odisha-reporter/media/post_attachments/uploadimage/library/16_9/16_9_0/Blast_1681458203.jpg)
Blast
ଭୁବନେଶ୍ୱର ଷ୍ଟେସନରେ କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ଜବତ କରାଯାଇଛି।ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ନଦୀ ପଠାକୁ ଆଣି ନିଷ୍କ୍ରିୟ କରିଛି ବମ୍ ସ୍କ୍ୱାର୍ଡ।
ବୁଧବାର ରାତିରେ ଟ୍ରେନଟି ମୁମ୍ବାଇରୁ ଭୁବନେଶ୍ୱରରେ ପହଞ୍ଚି ୨ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା। ଭୋର ୩ଟା ବେଳେ ସଫେଇ କର୍ମଚାରୀ ବଗି ଗୁଡ଼ିକ ସଫା କରିବା ବେଳେ ଜେନେରାଲ ବଗିରେ କିଛି ବହି ରଖାଯାଇଥିବା ଦେଖିବାକୁ ପାଇଥିଲେ। ସେଥିରୁ କିଛି ଶବ୍ଦ ବାହାରୁଥିବା ବେଳେ ଧୁଆଁ ବି ବାହାରୁଥିଲା। ଏନେଇ ସଫେଇ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ଏନେଇ ସଫେଇ କର୍ମଚାରୀ ଜିଆରପି ପୁଲିସକୁ ଜଣାଇଥିଲେ। ପରେ ଜିଆରପି ପୁଲିସ ବମ୍ ସ୍କ୍ୱାର୍ଡକୁ ଖବର ଦେବା ସହ ସନ୍ଧାନୀ କୁକୁର କୁ ଅଣାଯାଇଥିଲା।
ବମ୍ ସ୍କ୍ୱାର୍ଡ ଦେଖିବା ପରେ ଏହା ବିସ୍ଫୋରକ ବୋଲି ଜଣାପଡ଼ିଥିଲା। ପରେ ବମ୍ ସ୍କ୍ୱାର୍ଡ ଟିମ୍ ବିସ୍ଫୋରକୁ ବହୁତ ସାବଧାନ ସହ ଟ୍ରେନ ଭିତରରୁ ବାହାରକୁ ଆଣିଥିଲେ। ପରେ ଏହାକୁ ନଦୀ ପଠାରେ ନିଷ୍କ୍ରିୟ କରାଯାଇଥିଲା।। ଏନେଇ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ସାମଗ୍ରୀ କିଏ ଆଣିଥିଲା, କେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା ତାହା ଜଣାପଡ଼ି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
