Advertisment

‘ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ଦେଉ ଟାଟା ପାୱାର’

ନିରବଚ୍ଛିନ୍ନ ବିଜୁଳି ଯୋଗାଣରେ ବିଫଳତା କାରଣରୁ କ୍ଷତିପୂରଣ ଦେବାକୁ ଦାବି କରିଛି ରାଜ୍ୟ ଉପଭୋକ୍ତା ମହାସଂଘ ।

TATA POWER

TATA POWER

Advertisment

ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ଦେବ ଟାଟା ପାୱାର। ନିରବଚ୍ଛିନ୍ନ ବିଜୁଳି ଯୋଗାଣରେ ବିଫଳତା କାରଣରୁ ପ୍ରତି ଉପଭୋକ୍ତା ପିଛା ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛି ରାଜ୍ୟ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ସମେତ ଶକ୍ତି ସଚିବ, ଗ୍ରୀଡକୋ, ଓପିଟିସିଏଲ୍ ଓ ୪ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ଚିଠି ଲେଖିଛି ।

Advertisment

ଚିଠିରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କାମ କରୁଥିବା ଟାଟା ପାୱାରର ବିତରଣ କମ୍ପାନିଗୁଡ଼ିକ ଓଇଆରସି ନିୟମ ଅନୁସାରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣରେ ଫେଲ ହୋଇଛନ୍ତି। ଯାହାକି ଭାରତ ସରକାରଙ୍କ ବିଦ୍ୟୁତ୍ ଆଇନ ୨୦୦୩, ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦ ଏବଂ ଓଇଆର୍ ସି ନିୟାମକ ୨୦୦୪କୁ ଉଲ୍ଲଂଘନ କରୁଛି । ଏଥିପାଇଁ ଟାଟା ପାୱାର ନିଜସ୍ୱ ଆଡ଼ୁ ପ୍ରତି ଉପଭୋକ୍ତାଙ୍କୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଉଚିତ। ନଚେତ ଆଗାମୀ ଦିନରେ ଉପଭୋକ୍ତା ସଂଘ ଆଇନର ଦ୍ୱାରସ୍ଥ ହେବା ସହ ଆନ୍ଦୋଳନକୁ ଓହ୍ଲାଇବ।

ଆମ ଜନତା ଅଧିକାରର ଆବାହକ ବାସୁଦେବ ଭଟ୍ଟ କହିଛନ୍ତି,ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଉ।ଆମ ଜନତା ଅଧିକାର’ ପକ୍ଷରୁ ୨୦୦ରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଆମ ଦାବି ପୂରଣ ନ ହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ।

Advertisment
Bhubaneswar Tata Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe