/odisha-reporter/media/post_attachments/uploadimage/library/16_9/16_9_0/Teacher_1678956082.jpg)
Teacher
ଆନ୍ଦୋଳନ ପ୍ରତ୍ୟାହାର କରି ଆଜିଠୁ କାର୍ଯ୍ୟରେ ଯୋଗ ଦେଇଥିଲେ ବି ନିଜ ଜିଦ୍ର ଅଟଳ ରହିଛନ୍ତି ପ୍ରାଥମିକ ଶିକ୍ଷକ । ଗତକାଲି କରିଥିବା ଗର୍ଜନ ଅନୁଯାୟୀ, ଆଜି ବିନା ଡ୍ରେସକୋଡରେ ଡ୍ୟୁଟି କରୁଛନ୍ତି ପ୍ରାଥମିକ ଶିକ୍ଷକ । ଏପରିକି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମସ୍ତ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ବି ସେମାନେ ଘୋଷଣା କରିଛନ୍ତି।
ଆଜି ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ମାତ୍ର ସେମାନେ ବିନା ଡ୍ରେସକୋଡରେ ସ୍କୁଲରେ ପହଞ୍ଚି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଶିକ୍ଷକଙ୍କ ଦାବି ନେଇ ସରକାର ଗୁରୁତ୍ୱ ଦେଇନଥିବାରୁ ଗତକାଲି ଡ୍ରେସ୍ କୋଡ୍ ମାନିବୁନି ବୋଲି ଚେତାବନୀ ଦେଇଥିଲା ଶିକ୍ଷକ ସଂଘ । ଏହି ଅନୁସାରେ ଅନେକ ଶିକ୍ଷକ ଆଜି ବିନା ଡ୍ରେସ୍ କୋଡରେ ସ୍କୁଲକୁ ଆସିଛନ୍ତି ।
ଦୀର୍ଘ ଦିନ ଦାବି ପୂରଣ ପାଇଁ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମଙ୍ଗଳବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମାତ୍ର ଲୋୟର ପିଏମ୍ଜିରେ ସଭା କରିବାକୁ ସେମାନଙ୍କୁ ଅନୁମତି ନ ମିଳିବାରୁ ଶେଷରେ ପ୍ରଦର୍ଶନୀ ପଡ଼ିଆରେ ଷ୍ଟିୟରିଂ କମିଟି ବୈଠକ କରିଥିଲେ।
ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ଆନ୍ଦୋଳନକୁ ସ୍ଥଗିତ ରଖି ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ସରକାର ଟଙ୍କାଟିଏ ବି ଦେଉ ନ ଥିବାରୁ ଡ୍ରେସକୋଡ ନିୟମ ମାନିବେନି ବୋଲି କହିବା ସହ ମଧ୍ୟାହ୍ନ ଭୋଜନରେ କୌଣସି ସହଯୋଗ କରିବେନି ବୋଲି ଚେତାବନୀ ଦେଇଛନ୍ତି। ୩ ଦଫା ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲଇ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକମାନେ ଧମକ ବି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
