Advertisment

ମିଳୁନି ମୃତ ମହିଳାଙ୍କ ପରିଚୟ, ଲାଗିଲା ପୋଷ୍ଟର, ନମ୍ବର ଜାରି କଲା ଜିଆରପି

ସିସିଟିଭି ଯାଞ୍ଚ କରିବା ସହ ମୃତଦେହ ନିକଟରୁ ମିଳିଥିବା ମୋବାଇଲ୍ SFSLକୁ ପଠାଯାଇଛିା

author-image
Tapaswini Nayak
ଅଦ୍ୟତନ ହୋଇଛି
Deadbody

Deadbody

ଧାନବାଦ ଏକ୍ସପ୍ରେସର ଶୌଚାଳୟରୁ ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳୁନି। ସିସିଟିଭି ଯାଞ୍ଚ କରିବା ସହ ମୃତଦେହ ନିକଟରୁ ମିଳିଥିବା ମୋବାଇଲ୍ SFSLକୁ ପଠାଯାଇଛି। ଏହାସହ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାରର ରେଳ ଷ୍ଟେସନ ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ତାଙ୍କ ପୋଷ୍ଟର ଲଗାଯାଇଛି। 

Advertisment

ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ମୃତ ମହିଳାଙ୍କ ବୟସ ୩୦ବର୍ଷ ହେବ। ସେ ବିବାହିତା। ତାଙ୍କ ଉଚ୍ଚତା ୫ ଫୁଟ। ଶରୀରର ଗଠନ ପତଳା ଓ ଶ୍ୟାମଳ ରଙ୍ଗ ହୋଇଥିବା ବେଳେ ସେ ସାଲୱର କୁର୍ତ୍ତି ଡ୍ରେସ ପିନ୍ଧିଥିଲେ। ସେହିଭଳି ମହିଳାଙ୍କ ହାତ ଓ ବେକରେ ଇମିଟେସନ ଅଳଙ୍କାର ଓ ଗୋଡ଼ରେ ମୁଦି ରହିଥିଲା। ଯଦି କୌଣସି ବ୍ୟକ୍ତି ଉକ୍ତ ମହିଳାଙ୍କ ପରିଚୟ ଦେବେ ତାଙ୍କର ପରିଚୟ ଗୋପନ ରଖି ପୁରସ୍କାର ଦିଆଯିବ। ଏଥିପାଇଁ ୩ଟି ମୋବାଇଲ୍ ନମ୍ବର ଜାରି କରିଛି ଜିଆରପି। ସେହି ନମ୍ବର ଗୁଡ଼ିକ ହେଲା  94381-22528, 94389-16892 ଓ 70082-97947। ଏହି ନମ୍ବରରେ ପରିଚୟ ଗୋପନ ରଖି ଜଣେ ସୂଚନା ଦେଇପାରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଧାନବାଦ ଏକ୍ସପ୍ରେସର ଶୌଚାଳୟରୁ ଏହି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment
Bhubaneswar Dead Boby Grp Police