ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ ଓଟିଇଟି(ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ)ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଓଟିଇଟିର ବୈଧତା ୭ ବର୍ଷ ଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି।
ଯେଉଁ ପ୍ରାର୍ଥୀ ଥରେ ଓଟିଇଟିରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ ଓଟିଇଟିରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ।
ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
In a major relief for candidates applying for elementary school teacher posts, #Odisha Govt has extended the validity period of Odisha Teacher Eligibility Test (OTET) qualifying certificates for lifetime. #5T pic.twitter.com/Ey56Z9cWub
— CMO Odisha (@CMO_Odisha) May 12, 2023