DeadBody
ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସର ଜଗନ୍ନାଥ ମନ୍ଦିର ପଛପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ। ସେ ଅଟୋ ଚାଳକ ବୋଲି ଜଣାଯାଇଛି।
Advertisment
କାଳିଆଙ୍କ ଜେଜେମା’ ବାଣୀବିହାର କ୍ୟାମ୍ପସରେ କାମ କରନ୍ତି। ଏଥିପାଇଁ କାଳିଆଙ୍କ ପରିବାର ବାଣୀବିହାର କ୍ୟାମ୍ପସରେ ରୁହନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କାଳିଆ ଘରେ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଜଗନ୍ନାଥ ମନ୍ଦିର ପଛପଟୁ ମିଳିଥିଲା। କାଳିଆଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମୃତଦେହ ନିକଟରୁ ନାଲି ଗାମୁଛା ମିଳିଛି।
କାଳିଆ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି। କାଳିଆଙ୍କର କାହା ସହିତ ଶତ୍ରୁତା ନଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ଏହାସହ କାଳିଆଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
