Advertisment

ବାଣୀବିହାର କ୍ୟାମ୍ପସରୁ ଅଟୋ ଚାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାଳିଆ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି।

DeadBody

DeadBody

Advertisment

ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସର ଜଗନ୍ନାଥ ମନ୍ଦିର ପଛପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ। ସେ ଅଟୋ ଚାଳକ ବୋଲି ଜଣାଯାଇଛି।

Advertisment

କାଳିଆଙ୍କ ଜେଜେମା’ ବାଣୀବିହାର କ୍ୟାମ୍ପସରେ କାମ କରନ୍ତି। ଏଥିପାଇଁ କାଳିଆଙ୍କ ପରିବାର ବାଣୀବିହାର କ୍ୟାମ୍ପସରେ ରୁହନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କାଳିଆ ଘରେ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଜଗନ୍ନାଥ ମନ୍ଦିର ପଛପଟୁ ମିଳିଥିଲା। କାଳିଆଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମୃତଦେହ ନିକଟରୁ ନାଲି ଗାମୁଛା ମିଳିଛି।

କାଳିଆ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି। କାଳିଆଙ୍କର କାହା ସହିତ ଶତ୍ରୁତା ନଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ଏହାସହ କାଳିଆଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Advertisment
Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe