Advertisment

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

The OBC survey training

The OBC survey training

Advertisment

ରାଜ୍ୟରେ ମେ ପହିଲାରୁ ଆରମ୍ଭ ହେବ ଓବିସି ବା ପଛୁଆ ବର୍ଗ ସର୍ଭେ। ଯାହା ମେ’ ୨୦ ତାରିଖରେ ସରିବ। ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

Advertisment

ବିଭାଗୀୟ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସୂଚନା ମୁତାବକ, ଅନଲାଇନରେ ଜଣେ ବ୍ୟକ୍ତି OSCBC ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଏହି ସେଣ୍ଟର ଖୋଲିବ। ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ। ଆଇସିଡିଏସ୍ ସୁପରଭାଇଜର ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ।

ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେକାର୍ଯ୍ୟ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ଅଫଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନରଙ୍କ ତାଲିମ ସରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଦେବେ । ଦ୍ୱିତୀୟ ପର୍ୟ୍ୟାୟ ତାଲିମ ୧୮ରୁ ୨୪ ମଧ୍ୟରେ ଦିଆଯିବ।

Advertisment

ଗୋଟାଏ ପଟେ ଓବିସି ସଂରକ୍ଷଣ ନେଇ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ଦୃଷ୍ଟି ଦେଉ ନ ଥିବା ବିଜେପି ଅଭିଯୋଗ କରି ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ସର୍ଭେ ଆରମ୍ଭ ହେବା ଚର୍ଚ୍ଚାକୁ ରୂପ ଦେଇଛି।

OBC OBC Survey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe