ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।
୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି।
ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛିା ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।