Advertisment

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ।

ଅଦ୍ୟତନ ହୋଇଛି
The Prime Minister laid the foundation stone

The Prime Minister laid the foundation stone

Advertisment

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।

Advertisment

୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି।

ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛିା ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା

Advertisment
Cancer Hospital in Jatniଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର
Bhubaneswar Khorda Cancer Cure Odisha Cancer Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe