ଆସନ୍ତାକାଲି ଓଡ଼ିଶାରେ ୮ହଜାର କୋଟିର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପୁରୀ ଓ କଟକ ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ସହ ଓଡ଼ିଶାରେ ରେଳ ନେଟୱାର୍କର ଶତ ପ୍ରତିଶତ ବିଦ୍ୟୁତିକରଣକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

representational image PhotoOR

representational image

Ordigital Desk
  • Published: Wednesday, 17 May 2023
  • Updated: 17 May 2023, 09:24 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପୁରୀ ଓ କଟକ ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ସହ ଓଡ଼ିଶାରେ ରେଳ ନେଟୱାର୍କର ଶତ ପ୍ରତିଶତ ବିଦ୍ୟୁତିକରଣକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନୂଆଦିଲ୍ଲୀରୁ ଆସନ୍ତାକାଲି ସାଢ଼େ ୧୨ଟା ସମୟରେ ଭର୍ଚୁଆଲ ମୋଡରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିବା ସହ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପୁରୀ ରେଳ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

Also Read

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୁନଃବିକାଶ ହେଉଥିବା ଷ୍ଟେସନଗୁଡ଼ିକରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଆଧୁନିକ ସୁବିଧାସୁଯୋଗ  ପ୍ରଦାନର ବ୍ୟବସ୍ଥା ରହିବ । ସେହିପରି ଓଡ଼ିଶାରେ ରେଳ ନେଟୱାର୍କର ୧୦୦ ପ୍ରତିଶତ ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ । ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବ ।

ସେହିପରି ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ନୂଆ ବ୍ରଡଗଜ ରେଳଲାଇନ୍‌, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଛୁପାଲି-ଝାରତରଭା ମଧ୍ୟରେ ନୂଆ ବ୍ରଡ୍ ଗଜ୍ ଲାଇନର ଲୋକାର୍ପଣ କରିବେ । ଓଡ଼ିଶାର ଇସ୍ପାତ ଓ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡ଼ିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଓ ଯାତ୍ରୀ ପରିବହନ ଉପରେ ପଡ଼ୁଥିବା ଚାପକୁ ମଧ୍ୟ ହ୍ରାସ କରିବାରେ ସହାୟକ ବୋଲି ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story