/odisha-reporter/media/post_attachments/uploadimage/library/16_9/16_9_0/IMAGE_1686241322.jpeg)
Secretariat Staff Union went on strike
ସଚିବାଳୟ କ୍ୟାଡ଼ରର ମୂଳ ଦରମା ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କ ଦରମା ହାର-୧୦(ଗ୍ରେଡପେ ୪୬୦୦ଟଙ୍କା) ଦାବିରେ ଆଜି ସଚିବାଳୟ କର୍ମଚାରୀମାନେ ଗୃହ ବିଭାଗ ଘେରାଉ କରିଛନ୍ତି । ଓଡ଼ିଶା ସଚିବାଳୟ ସେବା ସଂଘ ବ୍ୟାନରରେ ସଚିବାଳୟର ୫୦୦ରୁ ଅଧିକ କର୍ମଚାରୀ ଗୁରୁବାର ଗୃହ ବିଭାଗ ଘେରାଉ କରି ଯଥାଶୀଘ୍ର ଏଏସଓଙ୍କ ମୂଳ ଦରମା ହାର-୧୦(ଗ୍ରେଡପେ ୪୬୦୦ଟଙ୍କା) କରିବା ନିମନ୍ତେ ଦାବି କରିଛନ୍ତି ।
ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସଚିବାଳୟ କ୍ୟାଡ଼ର ମୂଳ ଦରମା ବୃଦ୍ଧି ସହ ଏଏସଓମାନଙ୍କ ଦରମା ହାର-୧୦କୁ ବୃଦ୍ଧି ନିମନ୍ତେ ଗୃହ ସଚିବ ଓ ମୁଖ୍ୟ ସଚିବଙ୍କସ୍ତରରେ ଅନେକଥର ଆଲୋଚନା ହୋଇଥିଲେ ମଧ୍ୟ ବେପରୁୱା ମନୋଭାବ ଦେଖାଇ କିଛି ଅଫିସର ବାରମ୍ବାର ହଇରାଣ କରୁଛନ୍ତି । ଏ ସଂକ୍ରାନ୍ତ ଫାଇଲ୍ ୩ମାସ ଧରି ଚାପି ରଖାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଶାସନର ବେପରୁଆ ମନୋଭାବ ଓ ଅହେତୁକ ବିଳମ୍ବକୁ ସଚିବାଳୟ ସେବା ସଂଘ ବିରୋଧ କରୁଛି । ଯଥାଶ୍ରୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଦାବି ପୂରଣ ପାଇଁ ଆଗାମୀ ଦିନରେ କାର୍ଯ୍ୟବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ବରାଳ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଜି ସଚିବାଳୟ ସେବାର ଶତାଧିକ କର୍ମଚାରୀ ଗୃହ ବିଭାଗ ସମ୍ମୁଖରେ ଏକଜୁଟ ହୋଇ ସେମାନଙ୍କର ମୂଳ ଦରମା ବୃଦ୍ଧି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
