ମୂଳ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ସଚିବାଳୟ କର୍ମଚାରୀ ସଂଘ

ସଚିବାଳୟ କ୍ୟାଡ଼ରର ମୂଳ ଦରମା ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କ ଦରମା ହାର-୧୦(ଗ୍ରେଡପେ ୪୬୦୦ଟଙ୍କା) ଦାବିରେ ଆଜି ସଚିବାଳୟ କର୍ମଚାରୀମାନେ ଗୃହ ବିଭାଗ ଘେରାଉ କରିଛନ୍ତି ।

ସଚିବାଳୟ କର୍ମଚାରୀମାନେ ଗୃହ ବିଭାଗ ଘେରାଉ କରିଛନ୍ତି ।

  • Published: Thursday, 08 June 2023
  • , Updated: 08 June 2023, 10:55 PM IST

ସଚିବାଳୟ କ୍ୟାଡ଼ରର ମୂଳ ଦରମା ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କ ଦରମା ହାର-୧୦(ଗ୍ରେଡପେ ୪୬୦୦ଟଙ୍କା) ଦାବିରେ ଆଜି ସଚିବାଳୟ କର୍ମଚାରୀମାନେ ଗୃହ ବିଭାଗ ଘେରାଉ କରିଛନ୍ତି । ଓଡ଼ିଶା ସଚିବାଳୟ ସେବା ସଂଘ ବ୍ୟାନରରେ ସଚିବାଳୟର ୫୦୦ରୁ ଅଧିକ କର୍ମଚାରୀ ଗୁରୁବାର ଗୃହ ବିଭାଗ ଘେରାଉ କରି ଯଥାଶୀଘ୍ର ଏଏସଓଙ୍କ ମୂଳ ଦରମା ହାର-୧୦(ଗ୍ରେଡପେ ୪୬୦୦ଟଙ୍କା) କରିବା ନିମନ୍ତେ ଦାବି କରିଛନ୍ତି ।

ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସଚିବାଳୟ କ୍ୟାଡ଼ର ମୂଳ ଦରମା ବୃଦ୍ଧି ସହ ଏଏସଓମାନଙ୍କ ଦରମା ହାର-୧୦କୁ ବୃଦ୍ଧି ନିମନ୍ତେ ଗୃହ ସଚିବ ଓ ମୁଖ୍ୟ ସଚିବଙ୍କସ୍ତରରେ ଅନେକଥର ଆଲୋଚନା ହୋଇଥିଲେ ମଧ୍ୟ ବେପରୁୱା ମନୋଭାବ ଦେଖାଇ କିଛି ଅଫିସର ବାରମ୍ବାର ହଇରାଣ କରୁଛନ୍ତି । ଏ ସଂକ୍ରାନ୍ତ ଫାଇଲ୍ ୩ମାସ ଧରି ଚାପି ରଖାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଶାସନର ବେପରୁଆ ମନୋଭାବ ଓ ଅହେତୁକ ବିଳମ୍ବକୁ ସଚିବାଳୟ ସେବା ସଂଘ ବିରୋଧ କରୁଛି । ଯଥାଶ୍ରୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଦାବି ପୂରଣ ପାଇଁ ଆଗାମୀ ଦିନରେ କାର୍ଯ୍ୟବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ବରାଳ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ସଚିବାଳୟ ସେବାର ଶତାଧିକ କର୍ମଚାରୀ ଗୃହ ବିଭାଗ ସମ୍ମୁଖରେ ଏକଜୁଟ ହୋଇ ସେମାନଙ୍କର ମୂଳ ଦରମା ବୃଦ୍ଧି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Related story