Advertisment

ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ, ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ।

author-image
Niranjan Mishra
ଅଦ୍ୟତନ ହୋଇଛି
Supreme Court

Supreme Court

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ। ଏବଂ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କେ ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ପ୍ରକାଶ କରିଛନ୍ତି। ଏନେଇ ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ସୂଚନା ଦେଇଛନ୍ତି।

Advertisment

ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ନଭେମ୍ବର ୧୬ରେ ବେଆଇନ କହିଥିଲେ ହାଇକୋର୍ଟ। ଏଥିସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ। ଏହି ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ରାଜ୍ୟ ସରକାର।

ସୁପ୍ରିମକୋର୍ଟ ୨୦୧୧ ଜାନୁଆରୀରେ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବାବେଳେ ସୁପ୍ରିମକୋର୍ଟର ସିନିଅର ଆଡଭୋକେଟ ସିଏ ସୁନ୍ଦରାମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ।

Advertisment

ସୂଚନା ଥାଉକି, ବେଦାନ୍ତ ୟୁନିଭରସିଟି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ସହିତ ଏମ୍‌ଓୟୁ କରିଛି। ଜମିତ ଅଧିଗ୍ରହଣ ବେଆଇ ଭାବେ ହୋଇଥିବା ନେଇ ବହୁ ପ୍ରତିବାଦ ପରେ ମାମଲା ଲୋକପାଳଙ୍କ ପାଖକୁ ମଧ୍ୟ ଯାଇଥିଲା। ଏହା ପରଠାରୁ ମାମଲାଟି କୋର୍ଟରେ ବହୁବର୍ଷ ଧରି ବିଚାରାଧୀନ ରହିଥିଲା।

Supreme Court Odisha Government