Advertisment

ଦୁଇ ଯନ୍ତ୍ରୀଙ୍କୁ ୩ ବର୍ଷ ଲେଖାଏଁ ଓ କିରାଣୀଙ୍କୁ ୨ ବର୍ଷ ଜେଲ୍‌

ସରକାରୀ ଅର୍ଥ ହଡ଼ପ କରିବା ଓ ଲାଞ୍ଚ ନେଇ ଧରାପଡ଼ିବା ମାମଲାରେ ଆଜି ଦୁଇ ଯନ୍ତ୍ରୀଙ୍କୁ ୩ ବର୍ଷ ଓ ଜଣେ କିରାଣୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ଅଦ୍ୟତନ ହୋଇଛି
Jail

Jail

Advertisment

ସରକାରୀ ଅର୍ଥ ହଡ଼ପ କରିବା ଓ ଲାଞ୍ଚ ନେଇ ଧରାପଡ଼ିବା ମାମଲାରେ ଆଜି ଦୁଇ ଯନ୍ତ୍ରୀଙ୍କୁ ୩ ବର୍ଷ ଲେଖାଏଁ ଓ ଜଣେ କିରାଣୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ କାମ କରୁଥିବା ୨ ଯନ୍ତ୍ରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ବିନା କାମରେ ବିଧାୟକ ପାଣ୍ଠିରୁ ଟଙ୍କା ହଡ଼ପ ମାମଲାରେ ଆଜି ଏହି ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଭିଜିଲାନ୍ସ କୋର୍ଟ। ଏହି ଦୁଇ ଯନ୍ତ୍ରୀ ହେଲେ ଶଙ୍କର୍ଷଣ ବେହେରା ଓ ଅଶୋକ କର। ୨୦୦୪-୦୫ରେ ଏହି ଟଙ୍କା ହଡ଼ପ ମାମଲା ହୋଇଥିଲା।

ଆନନ୍ଦପୁରରେ ସହକାରୀ ଯନ୍ତ୍ରୀ ଥିବା ବେଳେ ଟଙ୍କା ହଡ଼ପ କରିଥିବା ସଙ୍କର୍ଷଣ ଏବେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଆଖୁପଡ଼ା ଜଳସେଚନ ସବ୍‌ଡିଭିଜନ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ଯେତେବେଳେ କି କେନ୍ଦୁଝର ବାଂଶପାଳ ବ୍ଲକରେ ଯନ୍ତ୍ରୀ ଥିବା ଅଶୋକ ଏବେ କାର୍ଯ୍ୟରୁ ଅବସର ନେଇସାରିଛନ୍ତି।

Advertisment

ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ସାର୍ଜସିଟ୍ ଉପରେ ବିଚାର କରି ସ୍ୱତନ୍ତ୍ର କୋର୍ଟ ଏହି ରାୟ ଦେଇଛନ୍ତି।

୨୦୦୪-୦୫ରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ସାଲାବନି ହାଇସ୍କୁଲ ଘର ନିର୍ମାଣ କାମରେ ସେମାନେ ଟଙ୍କା ହଡ଼ପ କରିଥିବା ପ୍ରମାଣିତ ହୋଇଛି। ନକଲି ରିପୋର୍ଟ ଉପସ୍ଥାପନ କରି ସେମାନେ ଏହି ସ୍କୁଲ କାମ ସରିଯାଇଥିବା ଦର୍ଶାଇଥିଲେ। ହେଲେ ପ୍ରକୃତରେ ସ୍କୁଲ ନିର୍ମାଣ କାମ ସାରି ନ ଥିଲେ। ଯାହା ସରକାରୀ ଅର୍ଥ ବଟମାରଣାକୁ ପ୍ରମାଣିତ କରିଥିଲା।

ଦୁଇ ଦୋଷୀ ସାବ୍ୟସ୍ତ ଯନ୍ତ୍ରୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ସହ ଜରିମାନା ଦଣ୍ଡାଦେଶ ମଧ୍ୟ ହୋଇଛି।

ସେହିପରି ଲାଞ୍ଚ ନେବା ମାମଲାରେ ଢେଙ୍କାନାଳ ସ୍କୁଲ ସିଆଇ ତଥା ପୂର୍ବତନ କନିଷ୍ଠ କିରାଣିଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହି ଲାଞ୍ଚୁଆ କିରାଣୀ ହେଉଛନ୍ତି ଗଗନ ସାହୁ। ୨୦୧୭ରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ନିୟମିତ କରିଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଭିଜିଲାନ୍ସ ଚାର୍ଜସିଟ୍‌ ଆଧାରରେ ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ସହ ଜରିମାନା ମଧ୍ୟ କରିଛନ୍ତି।

Odisha Vigilance Jail Vigilance Net Odisha Governance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe