Advertisment

ଲକ୍‌ ନଥିବାରୁ ୧୦୦ ମିଟର ଗଡ଼ି ଯାଇଥିଲା ୱାଗନ, ୬ ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଲେଖାଏଁ ସହାୟତା ରାଶି

ଆଜି ଯାଜପୁର ରୋଡ ଟ୍ରେନ୍ ଦୁର୍ଘଟଣାରେ ଘଟିଯାଇଥିବା ଅଘଟଣର ପୁଣି ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।

Train accident

Train accident

Advertisment

ଆଜି ଯାଜପୁର ରୋଡ ଟ୍ରେନ୍ ଦୁର୍ଘଟଣାରେ ଘଟିଯାଇଥିବା ଅଘଟଣର ପୁଣି ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ଅସିଥିବା ଝଡ଼ବର୍ଷାରେ ପ୍ରାୟ ୧୦ଟି ୱାଗନ୍ ବିଶିଷ୍ଟ ମାଲବାହୀ ଟ୍ରେନ୍ ୧୦୦ ମିଟର ଗଡ଼ି ଯିବାରୁ ଏହା ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ଯେତେବେଳେ କି ୨ ଜଣ ଗୁରୁତର ହୋଇ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛି। ଇଞ୍ଜିନ୍ ବିହୀନ ଟ୍ରେନ୍‌ର ୱାଗନଗୁଡ଼ିକ ରଖାଯାଇଥିବା ଟ୍ରାକ୍‌ରେ ଏହି ଦୁର୍ଘଟଣା ଘଟିବା ଜନ ଅସନ୍ତୋଷ ସୃଷ୍ଟି କରିଛି। ରେଳ ବିଭାଗ ଦାୟିତ୍ୱହୀନତାରୁ ଏତେବଡ଼ ଦୁର୍ଘଟଣା ଘଟିଛି। ୱାଗନ୍‌ଗୁଡ଼ିକ ଲକ୍‌ ନ ଥିବାରୁ ଏତେବାଟ ପର୍ଯ୍ୟନ୍ତ ଗଡ଼ି ଯାଇଥିବା ସ୍ପଷ୍ଟ ହୋଇଛି।

Advertisment

ସେପଟେ ମୃତଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଘଟଣାକୁ ଦୁଃଖଦାୟକ ବୋଲି ଉଲ୍ଲେଖ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାକୁ ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ମିଳିବ। ହାସହିତ ଏହି ଦୁର୍ଘଟଣାରେ ଆହତ ୨ଜଣ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ଜଣଙ୍କର ଓ ହସ୍ପିଟାଲରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଥିଲା ।

Advertisment
Jajpur Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe