Advertisment

ବିବାହ ବାର୍ଷିକ ସରପ୍ରାଇଜ୍ ଦେବା ପୂର୍ବରୁ ଚାଲିଗଲା ଡାକ୍ତରଙ୍କ ଜୀବନ, ୩ ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି

ଗତ ଫେବ୍ରୁଆରୀ ୨୮ରେ କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ।

Dr. Manoj Kumar with Ms. Musika. (File Photo)

Dr. Manoj Kumar with Ms. Musika. (File Photo)

Advertisment

ବିବାହକୁ ୩ ମାସ ନପୁରୁଣୁ ଚାଲିଗଲା ଡାକ୍ତର ସ୍ୱାମୀଙ୍କ ଜୀବନ। ତ୍ରୟମାସିକ ଆନିଭର୍ସରି ପାଳନ ପାଇଁ ଯାଉଥିବା ବେଳେ ଜଗି ବସିଥିଲା ମୃତ୍ୟୁ। ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଆଉ ଚାଲିଗଲା ଡାକ୍ତର ମନୋଜ କୁମାରଙ୍କ ଜୀବନ। ଏହାପରେ ଡାକ୍ତର ପତ୍ନୀଙ୍କ ଆଖିରୁ ଶୁଖୁନି ଲୁହ।

Advertisment

ଠିକ୍ ତିନି ମାସ ତଳେ ସୁଶ୍ରୀ ସଙ୍ଗୀତା ସହ ମନୋଜ କୁମାରଙ୍କ ହାତଗଣ୍ଠି ପଡିଥିଲା। ଦୁଇ ଯୁବ ଡାକ୍ତର ପରସ୍ପରର ହାତ ଧରିଥିଲେ ସାତ ଜନ୍ମ ପାଇଁ। ଏବେବି ମଳିନ ପଡ଼ିନି ବିବାହ କାର୍ଡ ହେଲେ ମଥାରୁ ସିନ୍ଦୁର ପୋଛିନେଇଛି ଯମ। ସ୍ୱାମୀଙ୍କୁ ହରାଇବା ଦୁଃଖରେ ଭାଙ୍ଗି ପଡିଛନ୍ତି ନବବିବାହିତା ଡାକ୍ତରାଣୀ ସ୍ତ୍ରୀ।

ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ବାଇକରେ କଟକ ଯାଉଥିଲେ ଡାକ୍ତର ମନୋଜ। ହେଲେ ଫାୟାର ଷ୍ଟେସନ ଛକ ପୂର୍ବରୁ ସିଆରପିଏଫ୍ କ୍ୟାମ୍ପସ ଦୁଇ ନମ୍ବର ଗେଟ୍ ସମ୍ମୁଖରେ ଘଟିଲା ଦୁର୍ଘଟଣା। ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା।

Advertisment

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ ଡାକ୍ତର ମନୋଜ କୁମାର। ଗତ ଫେବ୍ରୁଆରୀ ୨୮ରେ କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ। ଆଜି ବିବାହକୁ ୩ ମାସ ପୁରୁଥିଲା। ସେଲିବ୍ରେସନ ପାଇଁ ଯୋଜନା କରିଥିଲେ ଡାକ୍ତର ଦମ୍ପତି। ଏଥିପାଇଁ କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ସବୁ ପ୍ରସ୍ତୁତି। ହେଲେ ଆଗୁଆ ପହଞ୍ଚି ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ରାତି ୧୨ଟା ୧୫ରେ ବାଇକରେ କ୍ୱାର୍ଟର୍ସରୁ ବାହାରିଥିଲେ ମନୋଜ। ହେଲେ ତାଙ୍କ ସରପ୍ରାଇଜ୍, ସରପ୍ରାଇଜ୍ ହୋଇ ରହିଗଲା। ଦଇବ ଏମିତି ଦାଉ ସାଧିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ।

ହେଲେ କେମିତି ଘଟିଲା ଡାକ୍ତର ମନୋଜଙ୍କ ଦୁର୍ଘଟଣା ? ଦ୍ରୁତ ଗତି ଯୋଗୁ ଦୁର୍ଘଟଣା ହୋଇଛି ନା କିଏ ଦୁର୍ଘଟଣା ଘଟାଇଛି, ସେନେଇ ତଦନ୍ତ କରୁଛି ପୁଲିସ।

Bhubaneswar Doctor Unnatural Death Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe