Advertisment

ଯାତ୍ରା, ମେଲୋଡିରେ ଆଉ ଚଳିବନି ଅଶ୍ଳୀଳତା କି ନଗ୍ନତା, ଜାରି ହେଲା ନିର୍ଦ୍ଦେଶନାମା

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତାକୁ ନା। ଉତ୍କଳୀୟ ସଂସ୍କୃତିକର ଏପରି ଅପପ୍ରଚାରକୁ ଆଉ ବରଦାସ୍ତ କରାଯିବନି। ଏପରିକି ଯାତ୍ରା, ମେଲୋଡିରେ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି ।

author-image
Niharika Rout
ଅଦ୍ୟତନ ହୋଇଛି
Jatra

Jatra

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତାକୁ ନା। ଉତ୍କଳୀୟ ସଂସ୍କୃତିକର ଏପରି ଅପପ୍ରଚାରକୁ ଆଉ ବରଦାସ୍ତ କରାଯିବନି। ଏପରିକି ଯାତ୍ରା, ମେଲୋଡିରେ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି ।

Advertisment

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଏପରି ଚିଠି ଲେଖାଯାଇଛି। ଏପରିକି ସମସ୍ତ ପ୍ରକାର ଅଶ୍ଲୀଳ ଦୃଶ୍ୟ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଯାତ୍ରା ଓ ମେଲୋଡି ପାଇଁ ଅନୁମତି ଦେବା ବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି ।

ବିଭାଗର ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଂଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଲୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି । ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି । ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ।

Advertisment

ଯାତ୍ରା କଳାକାର ସଂଘ ସମ୍ପାଦକ ବାପି ପଣ୍ଡା ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏନେଇ ସେ କହିଛନ୍ତି, ଆମ ଜଗନ୍ନାଥ ସଂସ୍କୃତିକୁ ବଜାୟ, ସୁରକ୍ଷିତ ରଖିବାକୁ ସରକାର ବହୁ ବିଳମ୍ବରେ ଏପରି ନିଷ୍ପତ୍ତି ନେଲେ। ଆମ ସଂସ୍କୃତି, ଇତିହାସକୁ ନେଇ ସମାଜକୁ ଜନଜାଗରଣ କରିବାର ଏହା ଏକ ମାଧ୍ୟମ । ତେଣୁ ଅଶ୍ଳୀଳତା ଉପରେ ରୋକ ଲାଗିବା ଦରକାର। କାରଣ ସେଠାକୁ ମା’ ଭଉଣୀମାନେ ଯାତ୍ରା ଦେଖିବାକୁ ଯାଉଛନ୍ତି।

ଏହାବାଦ ସେ କହିଛନ୍ତି, ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯେଉଁ ନାଟ୍ୟକାର ନାଟକ ଲେଖିପାରୁ ନାହାନ୍ତି ସେମାନେ ଦ୍ୱି ଅର୍ଥବୋଧ ସ୍କ୍ରିପ୍ଟ ଲେଖୁଛନ୍ତି। କିଛି ମାତ୍ରାର ଦର୍ଶନ ଏହାକୁ ପସନ୍ଦ କରନ୍ତି। କିନ୍ତୁ ଜ୍ଞାନୀ ଦର୍ଶକ ଏହାକୁ ପସନ୍ଦ କରନ୍ତି ନାହିଁ, ନାପସନ୍ଦ କରନ୍ତି। ଯାହାର କାହାଣୀ ଉପରେ ଦମ୍‌ ନ ଥାଏ, ଏପରି ଅଶ୍ଳୀଳତା ପ୍ରଦର୍ଶନ କରି ଲାଭବାନ ହେବାକୁ ତଥା ଦର୍ଶକଙ୍କ ଭିଡ଼ ଜମାଇବାକୁ ସେମାନେ ଅଶ୍ଳୀଳତା ଉପରେ ଗୁରୁତ୍ୱାରୋପ କରିଥାନ୍ତି। ତେଣୁ ଏହା ଉପରେ ନିହାତି ଭାବେ ରୋକ ଲାଗିବା ଦରକାର ।

Bhubaneswar Jatra Artiste