Advertisment

୧୩ରୁ ରାଜଧାନୀ ପ୍ରତିଷ୍ଠା ଉତ୍ସବ

ରାଜଧାନୀର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପରେଡରେ ୭୫ ପ୍ଲାଟୁନ୍ ଭାଗନେବେ । ଏଥିସହ ରାଜଧାନୀକୁ ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯିବ।

Bhubaneswar

Bhubaneswar

Advertisment

ଆସନ୍ତା ଏପ୍ରିଲ ୧୩ ତାରିଖରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜନ ହେବ ରାଜଧାନୀ ପ୍ରତିଷ୍ଠା ଉତ୍ସବ। ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବ। ଏହାକୁ ପ୍ଲାଟିନମ ଜୁବୁଲି ଉତ୍ସବ ଭାବେ ବର୍ଣ୍ଣାଢ୍ୟ ଢଙ୍ଗରେ ପାଳନ କରାଯିବ। ଉତ୍ସବକୁ ପାଳନ କରିବ ଭୁବନେଶ୍ୱର ମହାନଗର ନିଗମ।

Advertisment

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଉତ୍ସବ ଆୟୋଜନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ବିଏମସି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯିବା ସହ ୩ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜଧାନୀର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପରେଡରେ ୭୫ ପ୍ଲାଟୁନ୍ ଭାଗନେବେ । ଏଥିସହ ରାଜଧାନୀକୁ ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯିବ। ପୂର୍ବରୁ ଏହି ଉତ୍ସବ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଦ୍ୱାରା ଦୀର୍ଘ ୩୫ବର୍ଷ ଧରି ଆୟୋଜନ ହୋଇଆସୁଥିଲା ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe