Advertisment

ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି

ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଥିବା ଜଣାପଡ଼ିଛି।

author-image
Jitendra Garnayak
Gold Mine

Gold Mine

ଓଡ଼ିଶାର ୩ଟି ଜିଲ୍ଲାର ମାଟି ତଳେ ଗଛିତ ରହିଛି ସୁନା ପଥର। ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି।

Advertisment

ସେ କହିଛନ୍ତି, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଥିବା ଜଣାପଡ଼ିଛି। ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ରହିଛି।

ଦେବଗଡ଼ ଜିଲ୍ଲାର ଅଡ଼ାଶ ଅଞ୍ଚଳରେ ତମ୍ବାପଥର ସହିତ ରହିଛି ୧୬୮୫ କେଜି ସୁନା। କେନ୍ଦୁଝରର ଗୋପୁର, ଗାଜିପୁର ଓ କୁଶକଳା ଅଞ୍ଚଳରେ ମଧ୍ୟ ସୁନା ପଥର ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡ଼େଳକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୁସୁରା ପାହାଡ଼) ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନା ପଥରର ସନ୍ଧାନ ମିଳିଥିବା ମନ୍ତ୍ରୀ କହିଛନ୍ତି।

Advertisment

ଦେବଗଡ଼ର ଅଡ଼ାଶ ଅଞ୍ଚଳରେ ସୁନା ଓ ତମ୍ବା ପଥର ସହିତ କପର, ରୁପା ଓ ନିକେଲ ଥିବାର ମଧ୍ୟ ଜଣାପଡ଼ିଛି।

Odisha Assembly Odisha Assembly Budget Session Gold Mine