Advertisment

ଆଜି ଇଦ୍ -ଉଲ୍ - ଆଦା

ଇଦ୍ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି ।

author-image
Tapaswini Nayak
masjid

masjid

ଆଜି ହେଉଛି ଇଦ୍ -ଉଲ୍ - ଆଦା। ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ। ଏହାକୁ ବକରିଦ୍ ମଧ୍ୟ କୁହାଯାଏ। ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି। ସକାଳୁ ସକାଳୁ ମସଜିଦ ଯାଇ ସେମାନେ ସମୂହ ନମାଜ ପାଠ କରିଛନ୍ତି। ଏହା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଇଦ୍ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ।

ଇଦ୍ ପାଇଁ କଟକ  ଓ ଭଦ୍ରକ ସହର ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବା ସହିତ ୧୪ ଜଣ ଇନ୍ସପେକ୍ଟର,୯ଜଣ ଡିଏସପି ଏବଂ ୬୮ଜଣ ଏଏସଆଇଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।

Advertisment
Bhubaneswar