Advertisment

ଆଜି ପବିତ୍ର ରାମନବମୀ

ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Ram Navami

Ram Navami

ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡିଛି।

Advertisment

ରାମନବମୀ ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର। ପରମ୍ପରା ଅନୁଯାୟୀ ଗତକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ମାଆ ଭଦ୍ରକାଳୀ ଓ ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିରରୁ ଆଜ୍ଞାମାଳ ଭଦ୍ରକ ଗାନ୍ଧିପଡିଆରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଆସିଛି। ଆଜି ଭଦ୍ରକରେ ଅପରାହ୍ଣ ୩ଟାରେ ନଗର ସଂକୀର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି ।

ନଗର ସଂକୀର୍ତ୍ତନ ସମୟରେ ପୁଲିସ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ନଜର ରଖିବ। ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ବ୍ୟବସ୍ଥା ହୋଇଛି।

Advertisment
Bhubaneswar Ram Navami