Advertisment

ଆଜିଠୁ ଆରମ୍ଭ ତରଙ୍ଗ ସିନେଫ୍ଲିକ୍ସ-୨୦୨୩

ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
TARANGA_CINE_FLIX

TARANGA_CINE_FLIX

ଆଜିଠୁ ଆରମ୍ଭ ହେଉଛି ତରଙ୍ଗ ସିନେଫ୍ଲିକ୍ସ-୨୦୨୩। ଭୁବନେଶ୍ୱରରେ ଆସନ୍ତା ଦୁଇ ଦିନ ଯାଏଁ ଜମିବ ଆଞ୍ଚଳିକ ସିନେମାର ସମ୍ଭାର। ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମ
ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ଏଥିରେ ନିର୍ଦ୍ଦେଶକ, ସ୍କ୍ରିପ୍ଟ ରାଇଟର, ଅଭିନେତା, ଗାୟକ ଭଳି ସବୁ କ୍ଷେତ୍ରରୁ ଅତିଥି ଯୋଗ ଦେବେ। ଭେଟରାନ୍ ଅଭିନେତା ଅମୋଲ ପାଲେକର, ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ପ୍ରମୁଖ ଏଥିରେ ସାମିଲ ହେବେ। ପ୍ରଥମ ଦିନରେ ଆଜି ‘ଦମନ’ ସହ ଅନ୍ୟ ଦୁଇଟି ଆଞ୍ଚଳିକ ଭାଷାର ସିନେମା ପ୍ରଦର୍ଶିତ ହେବ।

ଏଥିସହ ଭାରତୀୟ ସିନେମାର
ବିକାଶ ଓ ଦିଗକୁ ନେଇ ଆଲୋଚନା ବି ହେବ। ଏଥିରେ ଓଡ଼ିଆ ସମେତ ଆଞ୍ଚଳିକ ସିନେମାର ଅନେକ ନାମି କଳାକାର ସାମିଲ ହେବେ।

Advertisment
Bhubaneswar TARANG_CINEFLIX