Advertisment

୧୦୦ ଟଙ୍କା ଟପିଲା ଟମାଟୋ, ଖାଉଟି ମୁଣ୍ଡରେ ଚଡ଼କ

୧୫ରୁ ୨୦ ଦିନ ପରେ ଟମାଟୋ ଦର କମିପାରେ ବୋଲି ବ୍ୟବସାୟୀ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Tomato

Tomato

Advertisment

ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିଛି ଟମାଟୋ ଦର। ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି।

Advertisment

ସେହିପରି ଷ୍ଟିଲସିଟି ରାଉରକେଲାରେ ଟମାଟୋ କେଜି ୯୦ ଟଙ୍କାରେ ବିକ୍ରି ହେଉ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ୧ ନମ୍ବର ବଜାରରେ ଟମାଟୋ ଦର କେଜି ୮୦ ଟଙ୍କା ରହିଛି । ସମ୍ବଲପୁରରେ ମଧ୍ୟ ଟମାଟୋ କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି। କୋରାପୁଟରେ ଦର ସାମାନ୍ୟ କମ୍ ରହିଛି । ଏଠାରେ ଟମାଟୋ କେଜି ପ୍ରତି ୫୦ ଟଙ୍କା ରହିଛି ।

କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ବେଙ୍ଗଲୁରରେ ଟମାଟୋ କେଜି ପ୍ରତି ଶହେ ଟଙ୍କା ପାର କରିଛି। ଟମାଟୋ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଯେଉଁମାନେ ଏକ କେଜି ଟମାଟୋ କିଣୁଥିଲେ,ସେମାନେ ଅଢ଼େଇଶ ଟମାଟୋ କିଣୁଛନ୍ତି।

Advertisment

ଜଣେ ବ୍ୟବସାୟୀ କହିଛନ୍ତି, ବେଙ୍ଗଲୁରରୁ ଓଡ଼ିଶାକୁ ଟମାଟୋ ଆସିଥାଏ। ବେଙ୍ଗଲୁରରେ ପ୍ରବଳ ବର୍ଷା ହେଉଥିବାରୁ ଟମାଟୋ ଗୁଡ଼ିକ ପାଣି ଲାଗି ପଚିଯାଉଛି। ଓଡ଼ିଶାକୁ ଠିକ୍‌ ଭାବେ ଆମଦାନୀ ହେଉ ନାହିଁ। ଯାହାକିଛି ଆମଦାନୀ ହେଉଛି ତାହା ମଧ୍ୟ ଆଣିଲା ବାଟରେ କିଛି ଟମୋଟୋ ପଚିଯାଉଛି। ଯାହାଫଳରେ ବାଜରରେ ଟମାଟୋ ଅଧିକ ରହିଛି। 

୧୫ରୁ ୨୦ ଦିନ ପରେ ଟମାଟୋ ଦର କମିପାରେ ବୋଲି ବ୍ୟବସାୟୀ ସୂଚନା ଦେଇଛନ୍ତି। 

Bhubaneswar Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe