ଦୁର୍ଘଟଣା ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଧରି ଚେନ୍ନାଇରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ

ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଚେନ୍ନାଇ ସେଂଟ୍ରାଲ ରେଳଷ୍ଟେସନରେ ଥିବା ସ୍ୱତନ୍ତ୍ର ହେଲପ ଡେସ୍କରୁ ଏନେଇ ମାଗଣା ପାସ୍ ସଂଗ୍ରହ କରିପାରିବେ ।

ଟ୍ରେନ୍‌ ଦୁର୍ଘଟଣାର ଦୃଶ୍ୟ

  • Published: Saturday, 03 June 2023
  • , Updated: 03 June 2023, 06:23 PM IST

ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ବିଶ୍ୱ ସମବେଦନା ବ୍ୟକ୍ତ କରିଛି । ଗତକାଲି ସନ୍ଧ୍ୟା ୭ଟାରେ ଟ୍ରେନ ଦୁର୍ଘଟଣା ପରଠୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରସୋରରେ ଜାରି ରହିଥିବାବେଳେ ଆଜି ଦୁର୍ଘଟଣାରେ ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଧରି ଏକ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇରୁ ଭଦ୍ରକ ଆସିବ । ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ହୋଇଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୭ଟା ୨୦ମିନିଟରେ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇ ସେଂଟ୍ରାଲ-ହାୱଡ଼ା ମେଲ୍ ଦୁର୍ଘଟଣାରେ ପ୍ରଭାବିତ ଯାତ୍ରୀଙ୍କ ସମ୍ପର୍କୀୟ ଓ ପରିବାର ସଦସ୍ୟଙ୍କୁ ଧରି ଭଦ୍ରକ ଅଭିମୁଖେ ଆସିବ । ଏହି ସ୍ୱତନ୍ତ୍ର ଟ୍ରେନ ୧୨୮୪୦ ଏମଜିଆର ଚେନ୍ନାଇ ସେଂଟ୍ରାଲ-ହାୱାଡ଼ା ମେଲ୍ ଭଦ୍ରକ ପର୍ଯ୍ୟନ୍ତ ଚାଲିବ । ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଚେନ୍ନାଇ ସେଂଟ୍ରାଲ ରେଳଷ୍ଟେସନରେ ଥିବା ସ୍ୱତନ୍ତ୍ର ହେଲପ ଡେସ୍କରୁ ଏନେଇ ମାଗଣା ପାସ୍ ସଂଗ୍ରହ କରିପାରିବେ ।

ସେମାନେ ଫୋନ୍ ମାଧ୍ୟମରେ ମଧ୍ୟ ନିଜର ନାଁ ପଞ୍ଜିକରଣ କରି ଉକ୍ତ ଟ୍ରେନ ମାଧ୍ୟମରେ ଦୁର୍ଘଟଣାସ୍ଥଳକୁ ଆସିପାରିବେ । ଏଥିପାଇଁ ଚେନ୍ନାଇ ସେଂଟ୍ରାଲଠାରେ ହେଲପଲାଇନ ନମ୍ବର କାର୍ଯ୍ୟକ୍ଷମ କରାଯାଇଛି । ଏହି ନମ୍ବରଗୁଡ଼ିକ ହେଲା ୦୪୪-୨୫୩୩୦୯୫୨, ୦୪୪-୨୫୩୩୦୯୫୩ ଓ ୦୪୪-୨୫୩୫୪୭୭୧, ୯୦୦୩୦୬୧୯୭୪, ୦୪୪-୨୫୩୫୪୧୪୮ ଓ ୦୪୪-୨୫୩୩୦୭୧୪ ନମ୍ବରକୁ ଫୋନ୍ କରି ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟ ସହାୟତା ନେଇପାରିବେ । ଏହି ଟ୍ରେନରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଟିକେଟ୍ ବୁକିଂ କରି ଯାତ୍ରା କରିପାରିବେ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related story