Advertisment

ଶିଖରଚଣ୍ଡି ପାହାଡ଼ରେ ଗଛକଟା ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ନହେବା ଯାଏଁ କାମ ବନ୍ଦ ନିର୍ଦ୍ଦେଶ

ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନକରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

Sikharachandi hanuman Hill issue

Sikharachandi hanuman Hill issue

Advertisment

ଭୁବନେଶ୍ୱର ନିକଟ ଶିଖରଚଣ୍ଡି ପାହାଡ଼ରେ ଗଛକଟା ପ୍ରସଙ୍ଗରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଛାଟ। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନକରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ତା’ସହ ସିସିଏଫଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ସପ୍ତାହ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାକୁ ଏବଂ ୩ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ କହିଛନ୍ତି।

Advertisment

ଆସନ୍ତା ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ଏନ୍‌ଜିଟି। ସୂଚନା ଥାଉକି, ଶିଖରଚଣ୍ଡୀ ପାହାଡ଼ରେ ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ଼ ସଫା କରାଯାଉଥିଲା। ଭୁବନେଶ୍ୱରକୁ ପାଣି ଯୋଗାଣ ପାଇଁ ଏକ ବିଶାଳ ପାଣି ଟାଙ୍କି ନିର୍ମାଣ କରାଯାଉଥିବା କୁହାଯାଉଛି। ଏହି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ତ ହୋଇଥିଲେ। ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ଥିବା ଏହି ପାହାଡ଼ ଜୈବ ବିବିଧତାରେ ପରିପୂର୍ଣ୍ଣ।

ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ, କେବଳ ଶିଖରଚଣ୍ଡୀ ପାହାଡରେ ୨ ଶହ ୨୦ ପ୍ରକାରର ଔଷଧୀୟ ବୃକ୍ଷ ସହ ଅନେକ ଜୀବଜନ୍ତୁ ଥିବା ଦର୍ଶାଯାଇଥିଲା। ପାହାଡ଼ ନଷ୍ଟ ସହ ଏସବୁ ଅବକ୍ଷୟ ହେଉଥିବା ଅଭିଯୋଗ ଆଣି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକେ।

Advertisment
Bhubaneswar Hills And Jungles
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe