Advertisment

ଦୋ’ଛକିରେ ଆଦିବାସୀ ଭାଷା: ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଷା ସଂରକ୍ଷଣ ପାଇଁ କର୍ମଶାଳା

"ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ" ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିପଦରେ ଥିବା ଆଦିବାସୀ ଭାଷା ଓ ସଂରକ୍ଷଣର ଆବଶ୍ୟକତା ବିଷୟରେ କର୍ମଶାଳା ଦ୍ୱାରା ସଚେତନତା ସୃଷ୍ଟି କରାଯାଇଛି।

author-image
Hemant Lenka
Utakal

Utakal

ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଓ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଗୋଟିଏ କର୍ମଶାଳା ଆୟୋଜନ ହୋଇଛି। "ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ" ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିପଦରେ ଥିବା ଆଦିବାସୀ ଭାଷା ଓ ସଂରକ୍ଷଣର ଆବଶ୍ୟକତା ବିଷୟରେ କର୍ମଶାଳା ଦ୍ୱାରା ସଚେତନତା ସୃଷ୍ଟି କରାଯାଇଛି। 

Advertisment

ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ସ୍ୱାଗତ ଭାଷଣ ସହିତ କର୍ମଶାଳା ଆରମ୍ଭ ହୋଇଥିଲା। ଡ. ଦାସ ଆଦିବାସୀ ଭାଷା ସଂରକ୍ଷଣର ଗୁରୁତ୍ୱ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। କର୍ମଶାଳାରେ ଯୋଗ ଦେଇଥିବା ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ.ପରମାନନ୍ଦ ପଟେଲ, ଏସଟିଆଇଆର୍ର ନିର୍ଦ୍ଦେଶକ ଡ.ଶାନ୍ତନୁ କୁମାର ଦାସ, ଏସଟିଆଇଆର୍ର ଅନ୍ୟତମ ନିର୍ଦ୍ଦେଶକ ରମାକାନ୍ତ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, ବିଶ୍ଵ ବିଦ୍ୟାଳୟର କୁଳସଚିବ ଡ.ଅଭୟ କୁମାର ନାୟକ,ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର କାହ୍ନୁ ଚରଣ ଶତପଥୀ ଓ ପରିବେଶବିତ୍ ଡ. ରିନା ରାଉତ ପ୍ରମୁଖ ଯୋଗଦେଇଥିଲେ।

ସମସ୍ତେ ଏହି ବିଷୟ ଉପରେ ସେମାନଙ୍କର ଅଭିଜ୍ଞତା ଓ ଜ୍ଞାନ ବିଷୟରେ କହିଥିଲେ। ଉପସ୍ଥିତ ଥିବା ସ୍ରୋତାମାନଙ୍କୁ ଆଦିବାସୀ ଭାଷା ସଂରକ୍ଷଣରେ ସହଯୋଗ କରିବାକୁ ଉତ୍ସାହିତ ମଧ୍ୟ କରିଥଲେ। |

Advertisment

ବୈଷୟିକ ଅଧିବେଶନ ମଧ୍ୟରେ ଆଦିବାସୀ ଭାଷା ସଂରକ୍ଷଣର ମହତ୍ଵ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା। ଏସଟିଆଇଆର୍ର ଅନ୍ୟତମ ନିର୍ଦ୍ଦେଶକ ରମାକାନ୍ତ ଜେନାଙ୍କ ଉପସ୍ଥିତିରେ ଡ. ସୁଶ୍ରୀ ସଂଗୀତା ମହାନ୍ତିଙ୍କ ବିଷୟବସ୍ତୁ ସହିତ ଥିମେଟିକ୍ ପରିଚୟ ସହିତ ଅଧିବେଶନ ଆରମ୍ଭ ହୋଇଥିଲା ଯେଉଁଥିରେ ଭିଡିଓ ଓ ଚିତ୍ତାକର୍ଷକ ସ୍ଲାଇଡକୁ ସାମିଲ କରାଯାଇଥିଲା। ଏହାପରେ ଡ.ପରମାନନ୍ଦ ପଟେଲ ବୈଷୟିକ ବିଚାରଣରେ ବକ୍ତୃତା ପ୍ରଦାନ କରିଥିଲେ।

ବକ୍ତାମାନେ ସଂସ୍କୃତିର ସଂରକ୍ଷଣରେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି ଓ ଗୋଟିଏ ଭାଷା ହଜିଗଲେ ସାଂସ୍କୃତିକ ପରିଚୟ ହରାଇବାକୁ ପଡ଼େ ବୋଲି କହିଛନ୍ତି। ଆଦିବାସୀ ଭାଷା ସଂରକ୍ଷଣ ପାଇଁ ସରକାର ଓ ଅନ୍ୟାନ୍ୟ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଷୟିକ ଅଧିବେଶନ ପରେ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଲୋକମାନେ ବକ୍ତାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଆଦିବାସୀ ଭାଷାକୁ ସଂରକ୍ଷଣ କରିବା ଓ ଭାରତରେ ଭାଷାର ଭେଦ ଓ ଭାବକୁ ଦୂର କରିବା ଉପରେ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା।

Odisha Utkal University Vanivihar University