Advertisment

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଆଜି ୨ଟି ଟ୍ରେନ୍‌ ବାତିଲ

ଦୁର୍ଘଟଣା ପରେ ଏହି ରୁଟରେ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍ ଚାଲିନଥିବା ବେଳେ ଆଜି ସକାଳେ କିଛି ପାସେଞ୍ଜର ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଛି।

ଅଦ୍ୟତନ ହୋଇଛି
undefined

Train Accident

Advertisment

ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ଶନିବାର କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯିବା ସହ କେତେକ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଟ୍ରାକ୍ ମରାମତି କାମ କରିଥିବା ସରିଥିଲେ ମଧ୍ୟ ଆଜି ୨ଟି ଟ୍ରେନ୍‌ ବାତିଲ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥଧାମ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନକୁ ବାତିଲ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦୁର୍ଘଟଣା ପରେ ଏହି ରୁଟରେ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍ ଚାଲିନଥିବା ବେଳେ ଆଜି ସକାଳେ କିଛି ପାସେଞ୍ଜର ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଛି। ବନ୍ଦେ ଭାରତ ବାହାନଗା ଷ୍ଟେସନ ଦେଇ ଗଲାବେଳେ ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଯାଇଛି। ଟ୍ରାକ୍‌ ମରାମତି ପରେ ପ୍ରଥମେ ମାଲବାହୀ ଟ୍ରେନ୍ ଚାଲିଥିଲା।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ପୁନରୁଦ୍ଧାର କାମ ଚାଲିଥିଲା। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା। ଏଥିରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଦୁଇ ଦିନ ହେଲା ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିଲେ। 

Advertisment
Trainaccident Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe